ରିମାଣ୍ଡରେ ଗଲା ଗ୍ୟାଙ୍ଗଷ୍ଟର ଟିଟୋ

କଟକ: ଗ୍ୟାଙ୍ଗଷ୍ଟର ଟିଟୋକୁ ରିମାଣ୍ଡରେ ନେଲା କଟକ କମିଶନରେଟ୍‌ ପୁଲିସ୍‌। ତାହିର୍‌ ଅଲ୍ଲୀ ଗୁଳିକାଣ୍ଡ ମାମଲାରେ ଟିଟୋକୁ ଗତକାଲିଠୁ ୨ ଦିନିଆ ରିମାଣ୍ଡରେ ଅଣାଯାଇଛି।

କାଲି ଟିଟୋକୁ ସାଲେପୁର JMFC କୋର୍ଟରେ ହାଜର କରାଯାଇଥିଲା। ପରେ ୨ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ ଜଗତପୁର ପୁଲିସ୍‌କୁ ଅନୁମତି ପ୍ରଦାନ କରିଥିଲା।

ଗତ ମାର୍ଚ୍ଚ ୨୮ ତାରିଖରେ ଏକ ଟେଣ୍ଡର ବିବାଦକୁ ନେଇ ଜଗତପୁର ନିକଟରେ ଥିବା ଗୋଲେଇ ଛକରେ ତାହିର୍‌ ଉପରକୁ ଗୁଳିମାଡ ହୋଇଥିଲା। ଏହି ଘଟଣାରେ ପୂର୍ବରୁ ୬ ଜଣ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ ପରେ ଟିଟୋର ସଂପୃକ୍ତି ନେଇ ପୁଲିସ୍‌କୁ ସୁରାକ୍‌ ମିଳିଥିଲା।

ଆତଙ୍କବାଦୀ ସଂଗଠନ ସହ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ଅବଦୁର୍‌ ରହେମନ୍‌ର ଭାଇ ତାହିର୍‌ ଅଲ୍ଲୀଙ୍କୁ ଦୁର୍ବୃତ୍ତମାନେ ୬ ରୁ ଅଧିକ ଗୁଳି ମାରିଥିଲେ।  ଗୁରୁତର ଅବସ୍ଥାରେ ତାହିର୍‌ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ।

 

You might also like