ଗ୍ୟାଙ୍ଗଷ୍ଟର ଟିଟୋର ଓଲିଉଡ୍ ଲିଙ୍କ୍

ଭୁବନେଶ୍ୱର : ସନ୍ଦେହ ପରିସରକୁ ଆସିଛି ଗ୍ୟାଙ୍ଗଷ୍ଟର ଟିଟୋର ଓଲିଉଡ୍ ଲିଙ୍କ୍। ଟିଟୋର ଓଲିଉଡ ଲିଙ୍କ୍ ନେଇ କ୍ରାଇମବ୍ରାଞ୍ଚ STFକୁ ମିଳିଛି ସୁରାକ୍‌। ଏକ ନିର୍ମାଣାଧୀନ ଓଡ଼ିଆ ଫିଲ୍ମରେ ଟିଟୋର ଟଙ୍କା ଲାଗିଥିବା କ୍ରାଇମବ୍ରାଞ୍ଚ ଖୋଳତାଡରୁ ସୂଚନା ମିଳିଛି।

ଫିଲ୍ମ ‘ବିଶ୍ୱନାଥ’ର ମହୁରତ ସରି ଏବେ ଶୁଟିଂ ପର୍ଯ୍ୟାୟରେ ରହିଛି। ନିଜ ଭାଇ ଜରିଆରେ ଟିଟୋ ଟଙ୍କା ଲଗାଇଥିବା ସୂଚନା ମିଳିଛି। ସେହିଭଳି ଅନ୍ୟ ଫିଲ୍ମରେ ଟଙ୍କା ଲାଗିଛି କି ନାହିଁ ସେନେଇ ତଦନ୍ତ କରୁଛି STF।  ଏନ୍‌କାଉଣ୍ଟର ପରେ ଏବେ STF ରିମାଣ୍ଡରେ ଅଛି ଟିଟୋ।

You might also like
Comments
Loading...