ବଲାଙ୍ଗିର: ବଲାଙ୍ଗିର ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର୍ ସୁଶାନ୍ତ ଧଳସାମନ୍ତ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏକ ସ୍ୱତନ୍ତ୍ର ଓ୍ୱାର୍ଡରେ ତାଙ୍କର ଚିକିତ୍ସା କରାଯାଉଛି। ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା କହିଛନ୍ତି ସିଡିଏମ୍ଓ। ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପାଇଁ ହସ୍ପିଟାଲ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଗତ ୩୦ ତାରିଖରେ ସୁଶାନ୍ତ ଧଳସାମନ୍ତଙ୍କୁ ଭୁବନେଶ୍ୱରର ଝାରପଡ଼ା ଜେଲ୍‌ରୁ ବଲାଙ୍ଗିର ଜେଲକୁ ଅଣାଯାଇଥିଲା। ଝାରପଡ଼ା ଜେଲ୍ ଭିତରେ ଥାଇ ସେ ନିଜ ଅପରାଧ ସାମ୍ରାଜ୍ୟ ଚଳାଇଥିବା ଅଭିଯୋଗ ହୋଇଥିଲା। ଏହାପରେ ତାଙ୍କୁ ବଲାଙ୍ଗିର ଜେଲ୍‌କୁ ଅଣାଯାଇଥିଲା।  ହେଲେ ମିଥ୍ୟା ମାମଲାରେ ପୋଲିସ ତାଙ୍କୁ ଫସାଇ ଦେଇଥିବା ଅଭିଯୋଗ କରି ସୁଶାନ୍ତ ଧଳସାମନ୍ତ ଅନଶନ କରୁଥିଲେ। ଏଥିପାଇଁ ସେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି।

Other Stories