ରାଜା ଆଚାର୍ଯ୍ୟ ଉପରେ ନଜର ରଖିବ ପୋଲିସ

କଟକ : ଗ୍ୟାଙ୍ଗଷ୍ଚାର ରାଜା ଆଚାର୍ଯ୍ୟକୁ ଭୟ କରିବାର କିଛି ନାହିଁ। ରାଜା ଆଚାର୍ଯ୍ୟ ସଂପର୍କିତ ବିଭିନ୍ନ ମାମଲାର ସାକ୍ଷୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପୋଲିସ କମିଶନର। ଏମିତିକି ରାଜା ଜେଲରୁ ବାହାରିବା ପରେ ତା ଉପରେ କଡ଼ା ନଜର ରଖାଯିବ। ଯଦି କେହି ସୁରକ୍ଷା ମାଗିବେ, ତାହା ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୋଲିସ କମିଶନର।

ଜ୍ୟୋତି ମୋଟର୍ସ  ଷ୍ଟାଫ୍‌ଙ୍କୁ ଅପହରଣ ଓ ୧୦ ଲକ୍ଷ ଦାଦାବଟି ମାଗିବା ଅଭିଯୋଗରେ ହାଇକୋର୍ଟରୁ ରାଜାକୁ ଜାମିନ ମିଳିବା ପରେ ସେ ଜେଲରୁ ବାହାରିବା ଏକପ୍ରକାର ସ୍ପଷ୍ଟ ହୋଇଛି। ତା ବିରୋଧରେ ଆଉ ମାମଲା ନାହିଁ।

ସେପଟେ ଜାମିନ ଖାରଜ କରିବାକୁ ପୋଲିସ ପଦକ୍ଷେପ ନେବ ବୋଲି ଜଣାପଡ଼ିଛି। ବିରଞ୍ଚି ଦାସ ହତ୍ୟା ମାମଲାରେ ରାଜାକୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା। ତେବେ ସେ ସୁପ୍ରିମକୋର୍ଟରୁ ଜାମିନ ପାଇଛି।

You might also like