ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭାଥାନା ଅନ୍ତର୍ଗତ ବଡ଼ଚକଡ଼ା ଗାଁରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଗତ ୨୬ ତାରିଖରେ ନାବାଳିକା ଜଣକ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ୩ ଜଣ ଯୁବକ ରାସ୍ତାରୁ ଉଠାଇ ନେଇ ତାଙ୍କୁ ଦୁଷ୍କର୍ମ କରିଥିଲେ।

ଏନେଇ ନାବାଳିକା ଜଣକ ତାଙ୍କ ବାପାମାଆଙ୍କୁ କହିଥିଲେ। ପରେ ନାବାଳିକାଙ୍କ ବାପା ଗାଁରେ ଘଟଣା ସମ୍ପର୍କରେ କହିବାରୁ ସମାଧାନ କରାଯିବ ବୋଲି ଗାଁ ମୁଖିଆମାନେ କହିଥିଲେ। ହେଲେ ଏହାର କୌଣସି ସମାଧାନ ନ ହେବାରୁ ନାବାଳିକାଙ୍କ ପରିବାର ଲୋକେ  ଥାନାରେ ଅଭିଯୋଗ କରିଥିଲେ।

ଅନ୍ୟପଟେ ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।  ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ରାଜ୍ୟ ବାହାରକୁ ଯାଇଥିବା ଜଣାପଡିଛି।

You might also like