ପାଖେଇ ଆସୁଛି ଗଣେଶ ପୂଜା, କଟକରେ ଚାଲିଛି ଜୋରଦାର ପ୍ରସ୍ତୁତି

କଟକ: ଗଣେଶ ପୂଜା ପାଇଁ କଟକ ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି। ବିଭିନ୍ନ ଡିଜାଇନ୍‌ର ଗଣେଶ ମୂର୍ତ୍ତି ତିଆରି କରି ସହରର ବିଭିନ୍ନ ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଚାଲିଥାଏ। ତେଣୁ ମୂର୍ତ୍ତି ନିର୍ମାଣର ଏନ୍ତୁଡ଼ିଶାଳ କୁହାଯାଉଥିବା କୁମ୍ଭାରସାହି ଏବେ ବେଶ୍‌ ଚଳଚଞ୍ଚଳ ହୋଇପଡ଼ିଛି।

ମୂର୍ତ୍ତି ତିଆରିରେ ନିମଗ୍ନ କାରିଗର। ବାହୁବଳୀ, ମତ୍ସ ଅବତାର ଓ ବାଲ୍‌ ଗଣେଶ ଭଳି ବିଭିନ୍ନ ପ୍ରକାରର ମୂର୍ତ୍ତି ତିଆରି କରୁଛନ୍ତି କାରିଗର। କଟକ କୁମ୍ଭାରସାହିରେ ବର୍ଷସାରା ମୂର୍ତ୍ତି ତିଆରି ଚାଲିଥିଲେ ମଧ୍ୟ ଗଣେଶ ମୂର୍ତ୍ତି ତିଆରି ଟିକେ ଅଲଗା। କାରଣ ବିଭିନ୍ନ ଡିଜାଇନ୍‌ର ଗଣେଶ ମୂର୍ତ୍ତି ତିଆରି ଲାଗି ବହୁ ପୂର୍ବରୁ ବରାଦ ଆସିଥାଏ। କୁମ୍ଭାରସାହିର ବିଭିନ୍ନ ପରିବାର ଏହି କାମରେ ଲାଗିଥିବା ବେଳେ ଶିଳ୍ପୀ ବିଜୁ ମୁଦୁଲିଙ୍କ ହାତ ତିଆରି ମୂର୍ତ୍ତିର ବେଶ୍‌ ଚାହିଦା ରହିଛି।

ବର୍ଷା ଦିନ ଆସିବା ପୂର୍ବରୁ ନଦୀରୁ ଚିକିଟା ମାଟି ସଂଗ୍ରହ କରାଯାଇଥାଏ। ଶ୍ରୀ ଗୁଣ୍ଡିଚା ସମୟରେ ଅନୁକୂଳ କରି ମୂର୍ତ୍ତି ନିର୍ମାଣ କାର୍ଯ୍ୟ ହୁଏ। ତେବେ ବଜାରରେ ଶସ୍ତା ମୂର୍ତ୍ତି ମିଳି ଯାଉଥିବାରୁ ବ୍ୟବସାୟ ମାନ୍ଦା ପଡୁଥିବା କାରିଗରମାନେ କହିଛନ୍ତି।

ସେପଟେ ଚଳିତ ବର୍ଷ ତିନିଘରିଆ ପୂଜା କମିଟି ପକ୍ଷରୁ ନିର୍ମାଣ ହେଉଛି ୫୦ ଫୁଟ୍‌ର ଗଣେଶ ମୂର୍ତ୍ତିା ୧୫ ଦିନ ହେଲା ୧୦ ଜଣ କାରିଗର କାମରେ ଲାଗିଛନ୍ତି।

You might also like