ଗୁମର ଖୋଲିଲେ ଗଜପତି

ଭୁବନେଶ୍ୱର : ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ମୁହଁ ଖୋଲିଲେ ଗଜପତି ମହାରାଜ।  ଚାବି ହଜିବା ଘଟଣାରେ ତାଙ୍କର ସାମାନ୍ୟତମ ଭୂମିକା ନାହିଁ। ବିଦେଶରୁ ଥାଇ ଓଟିଭିକୁ ଦେଇଥିବା ଏକ୍ସକ୍ଲୁସିଭ୍ ଲିଖିତ ପ୍ରତିକ୍ରିୟାରେ ଏକଥା ସ୍ପଷ୍ଟ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, କୌଣସି ପରିସ୍ଥିତିରେ ବି ଭିତର ଭଣ୍ଡାର ଚାବି ରଖିବା କିମ୍ବା ଏହାର ଦାୟିତ୍ୱରେ ଗଜପତିଙ୍କ ଭୂମିକା ନାହିଁ।

ଗଜପତି ଆହୁରି ଲେଖିଛନ୍ତି , ୧୯୬୦ ମସିହାରେ ଟେମ୍ପଲ ଆକ୍ଟ ହେବା ପର ଠାରୁ ରାଜ୍ୟ ସରକାରଙ୍କ ହାତକୁ ଶ୍ରୀମନ୍ଦିରର ସମସ୍ତ କ୍ଷମତା ଚାଲିଯାଇଛି ଓ ପରିଚାଳନା ଦାୟିତ୍ୱ ପ୍ରଶାସକଙ୍କ ହାତରେ ନ୍ୟସ୍ତ କରାଯାଇଛି। ୧୯୬୦ ମସିହା ଜଗନ୍ନାଥ ଟେମ୍ପଲ ରୁଲ୍ସ ଅନୁସାରେ ଭିତର ରତ୍ନଭଣ୍ଡାର ଚାବି ସବୁବେଳେ ନିର୍ଦ୍ଦିଷ୍ଟ ସରକାରୀ ଅଫିସରଙ୍କ ତତ୍ତ୍ୱାବଧାନରେ ରୁହେ। ୧୯୬୦ ମସିହା ପରେ ଯେଉଁ କେତେଥର ଭିତର ରତ୍ନଭଣ୍ଡାର ଖୋଲାଯାଇଛି ସବୁଥର ଶ୍ରୀମନ୍ଦିର ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ଏହାର ଚାବିର ଦାୟିତ୍ୱରେ ରହି ଆସିଛନ୍ତି। କେବଳ ବାହାର ଭଣ୍ଡାରର ୩ଟି ଚାବି ମଧ୍ୟରୁ ଗୋଟିଏ ଗଜପତିଙ୍କ ପାଖରେ ରୁହେ।

ଯେତେବେଳେ ବାହାର ଭଣ୍ଡାର ଖୋଲାଯାଏ ଗଜପତିଙ୍କ ପ୍ରତିନିଧି ଉପସ୍ଥିତ ରୁହନ୍ତି ବୋଲି ଲେଖିଛନ୍ତି ଗଜପତି। ଗଜପତି ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏପ୍ରିଲ ୪ରେ ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଭିତର ରତ୍ନଭଣ୍ଡାର ଚାବି ନମିଳିବା ନେଇ ସମସ୍ତ ସଦସ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏମିତିକି ଚାବି ଆଉ ଥରେ ଖୋଜିବାକୁ ବିଭାଗୀୟ ଅଫିସରଙ୍କୁ କମିଟି ନିର୍ଦ୍ଦେଶ ଦେଇଥିଲା। ଯଦି ଚାବି ନମିଳେ ଆଗକୁ କଣ ପଦକ୍ଷେପ ନିଆଯିବ, ସେ ନେଇ ମଧ୍ୟ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନେବାକୁ ସ୍ଥିର ହୋଇଥିଲା। ତେଣୁ ଏଭଳି ସ୍ଥିତିରେ ଭିତର ରତ୍ନଭଣ୍ଡାର ଚାବି ହଜିବା ସମ୍ପର୍କରେ ତାଙ୍କ ଭୂମିକା ନେଇ ଯେଉଁ ପ୍ରଶ୍ନ ଓ ପ୍ରତିକ୍ରିୟା ଆସୁଛି ଓ ତାଙ୍କୁ ନେଇ ଯେଉଁ ଆକ୍ଷେପ ହେଉଛି, ସେଥିରେ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like