ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି ବିଜେଡ଼ିର ଆନ୍ଦୋଳନ

ଭୁବନେଶ୍ୱର: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ଆଜି ୧୪ ଦିନ ପାଇଁ ଲଗାତର ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି। ତେଲ ଦର ଦିନକୁ ଦିନ ଅଣାୟତ୍ତ ହେଉଥିବାରୁ ଏହାକୁ ବିରୋଧ କରି ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡ଼ି।

ଆଜି ରାଜଭବନ ଆଗରେ ଦଳୀୟ ନେତା ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବେ। ଏହି ଆନ୍ଦୋଳନ ଆଜି ଠୁ ୩ ଦିନ ପର୍ଯ୍ୟନ୍ତ ଚାଲିବ।

ସେପଟେ ବିଜେଡିର ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖିଛନ୍ତି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ତୈଳ ଦର କମାଇବାକୁ ହେଲେ ରାଜ୍ୟ ସରକାର ପ୍ରଥମେ ଟିକସ ହ୍ରାସ କରନ୍ତୁ, ଲୋକଙ୍କୁ ଦର କମ୍ ପଡ଼ିବ।

କେନ୍ଦ୍ର ଟିକସ କମାଇଥିବା ବେଳେ  ଆଗାମୀ ଦିନରେ ପୁନର୍ବିଚାର କରୁଛି। ସେପଟେ କେବଳ ଟିକସ କମାଇଦେଲେ ତେଲ ଦର କମିବନି ବୋଲି ମଧ୍ୟ ଧର୍ମେନ୍ଦ୍ର କହିଛନ୍ତି। ଅନ୍ତର୍ଜାତୀୟ ବଜାରରେ ଚାପ, ଭାରତୀୟ ଟଙ୍କାର ମୂଲ୍ୟ ବୃଦ୍ଧି ହେଲେ ଦର କମିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

You might also like