ଅାଜିଠୁ ବର୍ଷା ପରିମାଣ ବଢିବ
ଅାସନ୍ତାକାଲିଠୁ ସାରା ରାଜ୍ୟରେ ପ୍ରବଳ ବର୍ଷିବ
ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ଅାଜିଠୁ ବର୍ଷା ପରିମାଣ ବଢିବ। ବିଶେଷ କରି ଉତ୍ତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଅାସନ୍ତାକାଲିଠୁ ସାରା ରାଜ୍ୟରେ ପ୍ରବଳ ବର୍ଷିବ। ଅାଜି ଓ ଅାସନ୍ତାକାଲି ପବନର ବେଗ ମଧ୍ୟ ସାମାନ୍ୟ ଅଧିକ ରହିବ। ଫଳରେ ଗଭୀର ସମୁଦ୍ରକୁ ଯିବାକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି। ରାଜ୍ୟର ୧୧ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।
ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ଖୋର୍ଦ୍ଧା, କଟକ, ଜଗତସିଂପୁର ଓ ଯାଜପୁର ଅାଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଅାଗାମୀ ୩ ଦିନ ଧରି ଏଭଳି ବର୍ଷା ସାରା ରାଜ୍ୟରେ ଜାରି ରହିବ।