ଭାଇରାଲ ଭିଡ଼ିଓର କମାଲ୍‌: ଡ୍ୟାନ୍ସିଂ ଅଙ୍କଲ୍‌ରୁ ହେଲେ ବ୍ରାଣ୍ଡ୍‌ ଆମ୍ବାସଡର

ନୂଆଦିଲ୍ଲୀ: ରାତାରାତି ସୋସିଆଲ୍ ମିଡିଆରେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ପାଲଟିଥିବା ଡ୍ୟାନ୍ସିଂ ଅଙ୍କଲ ବର୍ତ୍ତମାନ ବ୍ରାଣ୍ଡ୍‌ ଆମ୍ବାସଡର। ନିଜର ଡ୍ୟାନ୍ସ ମୁଭ୍‌ ପାଇଁ ସାରା ଦେଶରେ ସେନ୍‌ସେସନ୍‌ ପାଲଟିଥିବା ପ୍ରଫେସର ସଞ୍ଜୀବ ଶ୍ରୀବାସ୍ତବଙ୍କୁ ବ୍ରାଣ୍ଡ୍‌ ଆମ୍ବାସଡର ଭାବେ ନିଯୁକ୍ତ କରିଛି ମଧ୍ୟପ୍ରଦେଶର ବିଦିଶା ନଗର ନିଗମ।

ଏନେଇ ନଗର ନିଗମ ପକ୍ଷରୁ ଘୋଷଣା କରାଯାଇଥିବାବେଳେ ସଞ୍ଜୀବଙ୍କ ଡ୍ୟାନ୍ସକୁ ନେଇ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଏପରିକି ଖୋଦ୍ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ତାଙ୍କୁ ପ୍ରଂଶସା କରିଛନ୍ତି।  ଏକ ବିବାହ କାର୍ଯ୍ୟକ୍ରମରେ ସୁଟ୍ ହୋଇଥିଲା ଏହି ଡ୍ୟାନ୍ସ ଭିଡିଓ। ଯେଉଁଥିରେ ଗୋବିନ୍ଦା ଅଭିନୀତ ‘ଖୁଦ୍‌ଗର୍‌ଜ୍‌’  ର ଏକ ଗୀତରେ ସେ ଡ୍ୟାନ୍ସ କରିଥିଲେ।

ସୋସିଆଲ ମିଡ଼ଆରେ ଡ୍ୟାନ୍ସିଂ ଅଙ୍କଲ ନାଁରେ ଛାଇ ଯାଇଥିବା ସଞ୍ଜୀବଙ୍କ ସବୁ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଛି  ଯାହାକୁ ପ୍ରଶଂସା ନକରି ଆପଣ ବି  ରହିପାରିବେନି। ତାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ପରେ ଲକ୍ଷ ଲକ୍ଷ ଲୋକ ଦେଖିବା ସହ ପସନ୍ଦ ବି କରିଛନ୍ତି।

You might also like