ପୋଲିସ୍‌ ଅଫିସରଙ୍କୁ ସଲାମ୍‌ : ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ଦେଲେ ଜୀବନ

ଦୁନିଆରେ ଏମିତି ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜର କର୍ତ୍ତବ୍ୟ ଆଗରେ ନିଜର ସବୁ ସୁଖକୁ ପଛ କରିଦେଇଛନ୍ତି। ନିଜ ଜୀବନ ବଦଳରେ ଅନ୍ୟମାନଙ୍କ ଜୀବନ ରକ୍ଷା କରିଛନ୍ତି। ଏହିଭଳି ଜଣେ ବ୍ୟକ୍ତି ହେଲେ ଫ୍ରାନ୍‌ସର ଲେଫ୍ଟନାଣ୍ଟ କର୍ଣ୍ଣଲ୍‌ ଅର୍ଣ୍ଣଡ୍ ବେଲ୍‌ଟ୍ରାମ୍‌। ଗତ ଶୁକ୍ରବାର ଦକ୍ଷିଣ ଫ୍ରାନ୍‌ସର ଏକ ସୁପରମାର୍କେଟ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ଆତଙ୍କବାଦୀମାନେ ଜଣେ ମହିଳାଙ୍କୁ ବନ୍ଦୀ କରିନେଇଥିଲେ। ଅର୍ଣ୍ଣଡ୍ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ଆତଙ୍କବାଦୀଙ୍କ କବଳରୁ ମହିଳାଙ୍କୁ ରକ୍ଷା କରିବା ପାଇଁ ଉଦ୍ୟମ ଚଳାଇଥିଲେ। ଆତଙ୍କବାଦୀଙ୍କ ପାଖରେ ପହଞ୍ଚିବା ଅର୍ଥ ମୃତ୍ୟୁକୁ ନିମନ୍ତ୍ରଣ ଦେବା ସହିତ ସମାନ ଥିଲା। ଏକଥା ଜାଣି ମଧ୍ୟ ସେ ତିଳେ ହେଲେ ଭୟଭୀତ ହୋଇନଥିଲେ।

ମହିଳାଙ୍କୁ ବଞ୍ଚାଇବା ପାଇଁ ଅର୍ଣ୍ଣଡ୍ ନିଜେ ଆତଙ୍କବାଦୀଙ୍କ ନିକଟରେ ବନ୍ଦୀ ହୋଇଗଲେ। ଧୀରେ ଧୀରେ ଚତୁରତାର ସହ ସାଥି ଅଫିସରଙ୍କୁ ଫୋନ୍‌ ମଧ୍ୟ କରିଦେଲେ। ଫଳରେ ବାହାରେ ଥିବା ପୋଲିସ୍‌ଙ୍କ ପାଖରେ ଆତଙ୍କବାଦୀଙ୍କ ସମସ୍ତ ସୂଚନା ପହଞ୍ଚିବାରେ ଲାଗିଲା। ସେମାନେ ସୁପରମାର୍କେଟ୍‌ ବିଲ୍‌ଡିଂ ଭିତରେ ପସି ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର କରିବାରେ ସଫଳ ହେଲେ ସିନା କିନ୍ତୁ ସାଥି ଅର୍ଣ୍ଣଡ୍‌ ଆଉ ଜୀବିତ ନଥିଲେ।

ଆତଙ୍କବାଦୀଙ୍କ ନିଷ୍ଠୁର ଗୁଳି ତାଙ୍କ ଦରଦୀ ଛାତିକୁ ଭେଦ କରିସାରିଥିଲା। ସାରା ଦେଶ ଅର୍ଣ୍ଣଡ୍‌ଙ୍କୁ ଝୁରୁଥିଲା ବେଳେ ଫ୍ରାନ୍‌ସ ରାଷ୍ଟ୍ରପତି ଇମେନୁଏଲ୍‌ ମାକ୍ରୋନ୍‌ ତାଙ୍କୁ ରିୟଲ୍ ହିରୋ ବୋଲି ସମ୍ବୋଧନ କରିଛନ୍ତି। କାରଣ କୁହାଯାଏ ଯିଏ ଜୀବନ ବଞ୍ଚାଏ ସିଏ ହିଁ ପ୍ରକୃତ ହିରୋ।

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like