ବାଟବଣା ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ଭଦ୍ରକ : ଭଦ୍ରକ ଚାନ୍ଦବାଲିରେ ବାଟବଣା ପ୍ରଧାନମନ୍ତ୍ରୀ ଆବାସ ଯୋଜନା।  କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ୱେବସାଇଟ୍‌ରୁ ମିଳିଥିବା ଏହି ତଥ୍ୟ ଅନୁସାରେ ଦୋସିଙ୍ଗାର ସପନ ଦାସ, କାଣ୍ଡଗରଡ଼ିର ନିରଞ୍ଜନ ଥାଟୋଇ, ଓରାସାହିର ରବୀନ୍ଦ୍ର ସେଠୀ, ମିନତୀ ରାଉତ ଓ ନୀଳମଣି ପରିଡ଼ା ଏମାନେ ସମସ୍ତେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପାଇଛନ୍ତି। ଘର ତିଆରି ସରିଛି ଓ କିଏ ୪ଟି କିସ୍ତିରେ ୧ଲକ୍ଷ ୨୦ ହଜାର ଟଙ୍କା ପାଇଛି ତ ଆଉ କାହାକୁ ୩ଟି କିସ୍ତିରେ ୯୦ ହଜାର ଟଙ୍କା। ପୁରୁଣା ଚାଳଘର ସହିତ ନୂଆ ପକ୍କାଘର ଫଟୋବି ଲାଗିଛି।

କିନ୍ତୁ ବିଡ଼ମ୍ବନା ,ଏ ହେଉଛି ବାସ୍ତବ ଚିତ୍ର। କାହା ପକ୍କା ଘର ଅଧପନ୍ତରିଆ, ତ ଆଉ କିଏ ପକ୍କା ଘର କରିବା ପାଇଁ ପୁରୁଣା ଘର ଭାଙ୍ଗିଦେଇ ହଇରାଣ ହେଉଛନ୍ତି। ଅଭିଯୋଗ ହୋଇଛି, ଜାଲ୍ ଫଟୋ ଓ କାଗଜପତ୍ର ଦେଇ ଆଉ କିଏ ଏଇ ଗରିବ ଲୋକଙ୍କ ଟଙ୍କା ଖାଇଯାଇଛି।

କେବଳ ଏଇ ଦୁଇ ଚାରିଜଣ ନୁହନ୍ତି, ଅଭିଯୋଗ ହୋଇଛି ୨୧୦୬-୧୭ ଓ ୧୭-୧୮ ବର୍ଷରେ ଚାନ୍ଦବାଲି ବ୍ଲକ୍‌ର ୧୪ଟି ପଞ୍ଚାୟତରେ ୬୦ରୁ ଅଧିକ ହିତାଧିକାରୀଙ୍କ ନାଁରେ ଏହିଭଳି ଦୁର୍ନୀତି ହୋଇଛି।  PMAY-Gରେ ଘର ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ ହଡ଼ପ ହୋଇଛି ୮୦ ଲକ୍ଷରୁ ଅଧିକ ଟଙ୍କା।

ସେପଟେ ପଞ୍ଚାୟତ ନିର୍ବାହୀ ଅଧିକାରୀ କହିଛନ୍ତି, ଗ୍ରାମ ରୋଜଗାର ସେବକ ଏହି ବିଲ୍ କରିଥିବା ବେଳେ ଏନେଇ ବିଡିଓ ପଦକ୍ଷେପ ନେବେ।  ଅନ୍ୟପକ୍ଷରେ ବିଡିଓ କହିଛନ୍ତି ୨୦୧୬-୧୭ରେ ଏହିଭଳି କିଛି ତ୍ରୁଟିର ସମାଧାନ କରାଯାଇଛି। ଆଉ ଅଭିଯୋଗ ଆସିଲେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ। ଏନେଇ ଜିଲ୍ଲାପାଳ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।

You might also like