ଶୋଇଥିବା ବେଳେ ପଡ଼ିଗଲା କାନ୍ଥ, ୪ ଆହତ
ବାଙ୍କୀ: ମାଟି କାନ୍ଥ ଭୁଶୁଡ଼ି ଗୋଟିଏ ପରିବାରର ୪ ଜଣ ଆହତ ହୋଇଛନ୍ତି। ଲଗାଣ ବର୍ଷା ଯୋଗୁଁ ତାଳବସ୍ତ ପଞ୍ଚାୟତର ଭିଜିପୁଟ ଗାଁରେ ଏଭଳି ଅଘଟଣ ଘଟିଛି।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକ ଶୋଇଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି।
ଗୁରୁତର ୩ ଜଣଙ୍କୁ ବାଙ୍କି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁପୁତ୍ର ଥିବା ସୂଚନା ମିଳିଛି।