ଆସିଥିଲେ ଶିବଙ୍କୁ ଜଳଲାଗି କରିବାକୁ, ମାଡ଼ିଗଲା ଟ୍ରେନ୍‌

ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ

ରାଉରକେଲା: ଟ୍ରେନରେ କଟି ଗୋଟିଏ ପରିବାରର ୪ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ରାଉରକେଲା ପାନପୋଷ ରେଳଷ୍ଟେସନରୁ ଅଳ୍ପ ଦୂରରେ। ମୃତକ ସମସ୍ତଙ୍କର ଘର ଛତିଶଗଡ଼ ଭିଲାଇ ଅଞ୍ଚଳରେ।

ସୂଚନା ଅନୁଯାୟୀ, ଭିଲାଇ ଅଞ୍ଚଳର ଗୋଟିଏ ପରିବାରର ୭ ଜଣ ବେଦବ୍ୟାସରେ ଜଳ ଲାଗି କରିବାକୁ ଆସିଥିଲେ। ସେମାନେ ଝାରଗସୁଗୁଡ଼ା ଷ୍ଟେସନ୍‌ରୁ ଇଣ୍ଟରସିଟିରେ ଆସି ରାଉରେକଲାରେ ରାତି ପ୍ରାୟ ସାଢ଼େ ୧୦ଟାରେ ପହଂଚିଥିଲେ। ବେଦବ୍ୟାସ ପୀଠକୁ ସେମାନେ ରାସ୍ତାରେ ନ ଯାଇ ରେଲୱେ ବ୍ରିଜ୍‌ ଉପରେ ଚାଲି ଚାଲି ଆସୁଥିଲେ। କିନ୍ତୁ ଦୁର୍ଭାଗ୍ୟକୁ ସେତିକି ବେଳକୁ ରାଉରେକଲା ଦେଇ ଏକ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଆସୁଥିଲା। ଆଉ ସେତେବେଳକୁ ସମସ୍ତଙ୍କ ବୁଦ୍ଧିବାଟ ହଜିଯାଇଥିଲା। ଦୁଇ ଜଣଙ୍କୁ ଟ୍ରେନ୍‌ ମାଡ଼ି ଦେଇ ପଳାଇଥିବା ବେଳେ ଆଉ ଦୁଇ ଜଣ ଜଣ ବ୍ରିଜ୍‌ ତଳକୁ ଖସି ପଡ଼ିଥିଲେ। ରେଳ ବ୍ରିଜ୍‌ର ରେଲିଂକୁ ଧରି କୌଣସି ଉପାୟରେ ବଂଚିଯାଇଛନ୍ତି ପରିବାରର ମୁଖ୍ୟ କରନ୍‌ ଦାସ ଓ ତାଙ୍କ ପରିବାରର ଆଉ ଦୁଇ ଜଣ ସଦସ୍ୟ। ଏବେ ସୁଦ୍ଧା ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଲେ- ନୀଲେଶ ଦାଶ, ଲକି ଦାସ ଓ ଯମୁନା ଦାସ। ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇପାରି ନାହିଁ।

You might also like