ଓମ୍‌ଫେଡ୍ ପ୍ଲାଣ୍ଟରେ ଅଘଟଣ

ଭୁବନେଶ୍ୱର : ଓମ୍‌ଫେଡ୍ ପ୍ଲାଣ୍ଟରେ ଅଘଟଣ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଓମ୍‌ଫେଡ୍ ପ୍ଲାଣ୍ଟରେ ଫ୍ଲେଭର୍ଡ ମିଲ୍କ ବଟଲିଂ ବେଳେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଫଳରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ଜଣ ମହିଳା ଅଛନ୍ତି ଆହତମାନେ ହେଲେ ମୀନା,ବିନି,ରଜନୀ ଓ ସନାତନ ସାହୁ। ଭୁବନେଶ୍ୱର କଳାରାହାଙ୍ଗର ସନାତନ ସାହୁଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଫ୍ଲେଭର୍ଡ ମିଲ୍କ ବଟଲିଂ ବେଳେ ଗରମ ବୋତଲ ଗୁଡ଼ିକୁ ଥଣ୍ଡା ପ୍ରକ୍ରିୟା ଚାଲିଥିଲା। ଏହି ସମୟରେ ବିସ୍ଫୋରଣ ଘଟିବାରୁ ପ୍ରାୟ ୧ହଜାର ବୋତଲ ଫାଟିଯାଇଛି।

You might also like