କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ
ଭୁବନେଶ୍ୱର: ପୁଣି କଂଗ୍ରେସ ଛାଡିଲେ ନେତା। ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ଗତକାଲି ତାଙ୍କ ଇସ୍ତଫାପତ୍ର AICC ଓ ପିସିସ ସଭାପତିଙ୍କ ନିକଟକୁ ପଠାଇଛନ୍ତି।
ଦଳରେ ଚରମ ବିଶୃଙ୍ଖଳା ଦେଖା ଦେଇଥିବା ବେଳେ ହାଇକମାଣ୍ଡ ଏହାର ସମାଧାନ କରିବାକୁ ଚେଷ୍ଟା କରୁନାହାନ୍ତି ବୋଲି ସେ କ୍ଷୋଭର ସହ କହିଛନ୍ତି। ଏଥିସହ ତାଙ୍କର ଅଭିଜ୍ଞତାକୁ କଂଗ୍ରେସ ଦଳ କାମରେ ଲଗାଉନଥିବାରୁ ସେ ଇସ୍ତଫା ଦେଇଥିବା ଜଣାଇଛନ୍ତି।
ଚନ୍ଦ୍ରଶେଖରଙ୍କ ସମେତ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଥିବା ଭଗବାନ ଗନ୍ତାୟତ, ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ସଞ୍ଜିତ ପାଣିଗ୍ରାହୀ, ବିକ୍ରମ ପଣ୍ଡା ପ୍ରମୁଖ ଦଳରୁ ଇସ୍ତଫା ଦେଇଛନ୍ତି। ଚନ୍ଦ୍ରଶେଖର କଂଗ୍ରେସରୁ ଇସ୍ତଫା ଦେବେ ବୋଲି ଗତ କିଛି ଦିନ ଧରି ଚର୍ଚ୍ଚା ଲାଗି ରହିଥିଲା।