ପୂର୍ବତନ ସରପଞ୍ଚଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

ସମ୍ବଲପୁର: ପୂର୍ବତନ ସରପଞ୍ଚଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା। ସମ୍ବଲପୁର ଜିଲ୍ଲା ନାକଟୀଦେଉଳ ଥାନା ସାଲେଭଟା ପଞ୍ଚାୟତରେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି।

ଗତକାଲି ସାଲେଭଟା ପଞ୍ଚାୟତର ପୂର୍ବତନ ସରପଞ୍ଚ ପର୍ଶୁରାମ ପ୍ରଧାନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ୪ରୁ ଉର୍ଦ୍ଧ୍ୱ ଲୋକ ମାରଣାସ୍ତ୍ରରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି। ତାଳସାବୁରୀ ନିକଟରେ ତାଙ୍କୁ ଆକ୍ରମଣ ହୋଇଥିଲା।

ପର୍ଶୁରାମଙ୍କୁ ଗୁରୁତର ଅବସ୍ଥାରେ ନାକଟୀଦେଉଳ ମେଡ଼ିକାଲ୍‌ ଏବଂ ପରେ ବୁର୍ଲା ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ, ପୂର୍ବରୁ ସୂଚନା ଅଧିକାର ଆଇନ୍‌ ବଳରେ ତଥ୍ୟ ମାଗିବା ଘଟଣାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି।

ଅନ୍ୟପକ୍ଷରେ, ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 

You might also like