ଆରଏସ୍ଏସ୍ କାର୍ଯ୍ୟକ୍ରମରେ ଅତିଥି ହେବାକୁ ପ୍ରଣବ ମୁଖାର୍ଜୀଙ୍କ ସହମତି ପରେ କଂଗ୍ରେସରେ କମ୍ପନ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ନେଇ ହଲ୍‌ଚଲ୍ ଦେଶର ରାଜନୀତି। ଆସନ୍ତା ୭ ତରିଖରେ ନାଗପୁର ଆର୍‌ଏସ୍ଏସ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେବା ଲାଗି ପ୍ରଣବ ରାଜି ହେବା ପରେ ସୃଷ୍ଟି ହୋଇଛି ଭ୍ରୁକୁଞ୍ଚନ।  କଂଗ୍ରେସିଆ ଛବିକୁ ପଛରେ ପକାଇ ସେ ଏକ ନୂଆ ଅବତାର ନେବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି। ପରୋକ୍ଷ ପୃଷ୍ଠଭୂମିରେ ରହି ସେ ହିଁ ଆଗାମୀ ନିର୍ବାଚନରେ କଂଗ୍ରେସ ଓ ବିଜେପିକୁ ଛାଡ଼ି ଅନ୍ୟ ଦଳଙ୍କ ସହାୟତାରେ ତୃତୀୟ ସାମ୍ମୁଖ୍ୟ ଗଠନ ଲାଗି ଗୋଟି ଚାଳନା କରୁଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋରଦାର ଧରିଛି।

former presidnet ଆରଏସ୍ଏସ ବୈଠକକୁ ପ୍ରଣବ ଅତିଥି ହୋଇ ଯିବା କଥାକୁ ଅନେକ ନେତା ବିଶ୍ୱାସ କରି ପାରୁନାହାନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ତେବେ ପ୍ରଣବଙ୍କ ଏଭଳି ଆଭିମୁଖ୍ୟ ପରିବର୍ତ୍ତନ ପଛର କାରଣକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଭାରତୀୟ ରାଜନୀତିର ଏହି ପୁରୁଖା ନେତା ଭିନ୍ନ ଗୋଟିଚାଳନା କରୁଥିବା ଚର୍ଚ୍ଚା ହେଉଛି। ପରଦା ପଛରେ ରହି ପ୍ରଣବ ଦେଶରେ ତୃତୀୟ ସାମ୍ମୁଖ୍ୟ ଗଠନ ଲାଗି ଉଦ୍ୟମ କରୁଥିବା କୁହାଯାଉଛି।

 naveen meetimgଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନବୀନ ନିବାସରେ ଗତ ଜାନୁଆରୀ ମାସରେ ଏ ଲଞ୍ଚ ଡିପ୍ଲୋମାସିରୁ ହିଁ କୁଆଡ଼େ ତୃତୀୟ ସାମ୍ମୁଖ୍ୟ ଗଠନର ମୂଳଦୁଆ ପଡ଼ିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ବିଜୁ ବାବୁଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ ଅବସରରେ ଏକାଠି ହୋଇଥିଲେ ପ୍ରଣବ, ନବୀନ, ଆଡଭାନୀ, ଦେବେଗୌଡ଼ା ଓ ସୀତାରାମ ୟେଚୁରୀ। ଏହାର ବହୁ ଆଗରୁ ରାଷ୍ଟ୍ରପତି ଭବନରେ ନବୀନ, ମମତା ଓ ପ୍ରଣବଙ୍କ ମଧ୍ୟରେ ଏହାର ପ୍ରାରମ୍ଭିକ ଆଲୋଚନା ହୋଇଥିବା କୁହାଯାଉଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ପ୍ରଣବଙ୍କ ଘନିଷ୍ଠତା ଏବଂ ଏବେ ମମତା ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ତୃତୀୟ ସାମ୍ମୁଖ୍ୟ ଗଠନ ଉଦ୍ୟମର ଆଗରେ ରହିଥିବାରୁ ଏଥିରେ ପ୍ରଣବଙ୍କ ଗୋଟି ଚାଳନା ଥିବା ଚର୍ଚ୍ଚା ହେଉଛି।

କଂଗ୍ରେସର ଜଣେ ପ୍ରଗାଢ଼ ଅନୁରକ୍ତ ହୋଇଥିଲେ ବି ଦଳ ପ୍ରଣବଙ୍କୁ ଅନେକ ଥର ନିରାଶ କରିଛି। ଖାସ୍ କରି ୨୦୦୪ରେ ପ୍ରଣବ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରମୁଖ ଦାବିଦାର୍ ମନେ କରାଯାଉଥିଲେ ମଧ୍ୟ ମନମୋହନଙ୍କୁ ଗାଦିରେ ବସାଇ ଥିଲେ ସୋନିଆ। ଏହା ପ୍ରଣବଙ୍କ ପାଇଁ ଥିଲା ସବୁଠୁ ବଡ଼ ଝଟ୍‌କା ପ୍ରଣବ ନିଜ ବହିରେ ମଧ୍ୟ ମନର ନୈରାଶ୍ୟକୁ ବର୍ଣ୍ଣନା କରିଛନ୍ତି। ତେଣୁ କେନ୍ଦ୍ରରେ ଏକ ଅଣବିଜେପି, ଅଣକଂଗ୍ରେସ ସରକାର ଗଠନ ଲାଗି ସେ ପ୍ରୟାସ କରୁଥିବା ଚର୍ଚ୍ଚା ଚାଲିଛି।

ଆହୁରି ପଢ଼ନ୍ତୁ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ

ମନ୍ତ୍ରୀପରିଷଦରୁ ଇସ୍ତଫା ଦେଲେ ହରସିମରତ୍ କୌର୍ ବାଦଲ

ସୀମାରେ ଚୀନ ସେନାର ନୂଆ ଷଡ଼ଯନ୍ତ୍ର

କରୋନା ମୁକାବିଲା ପାଇଁ ଏଇ ସହରରେ ଲାଗୁ ହେଲା ୧୪୪ ଧାରା

ଲଦାଖରେ ୩୦ ମହଲା ଉଚ୍ଚତାରେ ଜଗିଛନ୍ତି ଭାରତୀୟ ଯବାନ, ୯ ଚୀନ୍ ସେନା ପାଇଁ ଜଣେ ଭାରତୀୟ ସେନା ଭାରି ପଡ଼ିବ

You might also like