କଟକରେ ବୈଜୟନ୍ତ ପଣ୍ଡାଙ୍କ ନିଆରା ଚା’ ଖଟି ‘ହେଇଯାଉ’

କଟକ: କଟକରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନିଆରା ଚା’ ଖଟି ‘ହେଇଯାଉ’। କଟକ ଚୌଧୁରୀ ବଜାର ସ୍ଥିତ ସିଏମ୍‌ସି ରୋଡ୍ ନିକଟ ମଙ୍ଗୁଳି ଚା’ ଦୋକାନରେ ଗତକାଲି ଏହି ଚା’ ଖଟିର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ  ବର୍ଗର ଲୋକେ ସାମିଲ ହୋଇ ଚା’ର ମଜା ଉଠାଇଥିଲେ।

ଏହି ଅବସରରେ ସେମାନେ ବୈଜୟନ୍ତ ପଣ୍ଡାଙ୍କ ସହ ମତ ବିନିମୟ ମଧ୍ୟ କରିଥିଲେ। ଚା’ ପିଇବା ସହ ବିଭିନ୍ନ ପ୍ରସଙ୍ଗରେ ଅନୌପଚାରିକ ଆଲୋଚନା ମଧ୍ୟ ହୋଇଥିଲା। ଏହି ସମୟରେ କଟକ ସହରରେ ହେଉଥିବା ଜଳବନ୍ଦୀ ସମସ୍ୟା ସଂପର୍କରେ ଲୋକେ ବୈଜୟନ୍ତ ପଣ୍ଡାଙ୍କୁ ଜଣାଇଥିଲେ।

ଏହାପୂର୍ବରୁ ଭୁବନେଶ୍ୱରରେ ମଧ୍ୟ ସମାନ ଢଙ୍ଗରେ ଚା’ ଖଟିର ଆୟୋଜନ କରାଯାଇଥିଲା।

You might also like