ଦୀର୍ଘ ୭ ମାସ ଧରି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ପାଟନା: ଥମିବାର ନାଁ ନେଉନି ଲଜ୍ଜା। ଜଣେ ୧୩ବର୍ଷୀୟ ନାବାଳିକା ଛାତ୍ରୀଙ୍କ ସହ ଦୀର୍ଘ ୭ ମାସ ଧରି ୧୮ ଜଣଙ୍କ ଦ୍ୱାରା ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ। ନାବାଳିକା ଜଣକ ପାଠ ପଢ଼ୁଥିବା ସ୍କୁଲର ସହପାଠୀ, ଶିକ୍ଷକ ଏବଂ ସ୍କୁଲ ଅଧ୍ୟକ୍ଷଙ୍କ ଦ୍ୱାରା ଏହି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ।

ବିହାରରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି। ଗତ ବର୍ଷ ଡିସେମ୍ବର ମାସରୁ ନାବାଳିକାଙ୍କୁ ଅକଥନୀୟ ଅତ୍ୟାଚାର ଦେଇ ଚାଲିଥିଲେ ସ୍କୁଲର ଅଧ୍ୟକ୍ଷ, ୨ ଜଣ ଶିକ୍ଷକ ଏବଂ ୧୫ ଜଣ ଛାତ୍ର।

ସୂଚନା ଅନୁସାରେ, ପ୍ରଥମେ ସ୍କୁଲର ଜଣେ ସହପାଠୀ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ। ପରେ ତାଙ୍କୁ ଧମକାଇବା ଆରମ୍ଭ କରିଥିଲେ। ଏହାପରଠୁ ଛାତ୍ରୀ ଜଣଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି।

ଏନେଇ ଚପ୍ପ୍ରାର ଏକ୍‌ମା ପୋଲିସ୍‌ ଷ୍ଟେସନରେ ଅଭିଯୋଗ ହେବାପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ଏହି ଘଟଣାରେ ପୋଲିସ୍‌ ୨ଜଣଙ୍କୁ ଗିରଫ କରିବା ସହ ୨ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

You might also like