ଶିମିଳିପାଳ ଜୈବ ମଣ୍ଡଳରୁ ଧରାହେଲା ଉଡ଼ନ୍ତା ସାପ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜୈବ ମଣ୍ଡଳରୁ ଏକ ଉଡନ୍ତା ସାପ ଧରାଯାଇଛି। ଜଣେ ବ୍ୟକ୍ତି ଜଙ୍ଗଲରୁ ଜାଳେଣି କାଠ ଆଣୁଥିବା ବେଳେ ସାପଟି କାଠ ସହ ଚାଲି ଆସିଥିଲା। ଏହାକୁ ଦେଖି ଶିମିଳିପାଳ ଉଦ୍ଧାରକାରୀ ଟିମ୍ ସାପଟିକୁ ଉଦ୍ଧାର କରିଥିଲେ।

ଏହି ସାପକୁ ଉଡନ୍ତା ସାପ ବୋଲି କୁହାଯାଏ।  ଶିମିଳିପାଳ ଜୈବ ମଣ୍ଡଳରେ ଏଭଳି ସାପ ସାଧାରଣତଃ ସନ୍ତସନ୍ତିଆ ଜାଗା, ବୁଦା ଓ ଘାସ ମୂଳରେ ରୁହନ୍ତି। ସାପର ପିଠିରେ ସବୁଜ, ହଳଦିଆ ଓ ଗାଢ ବାଦାମୀ ରଙ୍ଗ ରହିଛି।

ପ୍ରାଣୀ ବୈଜ୍ଞାନିକ ମାନେ ଏହାକୁ ରଙ୍ଗରେ ସାଜସଜା ହୋଇଥିବା ସାପ ବୋଲି କୁହନ୍ତି। ଏହି ଉଡନ୍ତା ସାପଟି ପତଳା ଡାଳରେ ସୁନ୍ଦର ଭାବେ ଚଢିପାରୁଥିବା ବେଳେ ଝିଟିପିଟି, ଏଣ୍ଡୁଅ, ଛୋଟ ପକ୍ଷୀ, ବେଙ୍ଗ ଆଦି ଖାଇଥାଏ।  ଏହି ପ୍ରଜାତିର ସାପ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ସହ ଉତ୍ତର-ପୂର୍ବ ଭାରତର ଜଙ୍ଗଲରେ ମଧ୍ୟ ଦେଖାଯାଏ।

You might also like