ଆନନ୍ଦପୁରରେ ବନ୍ୟା ପରିସ୍ଥିତି ; ଅନେକ ଚାଷ ଜମି ଜଳମଗ୍ନ

ଆନନ୍ଦପୁର: ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି।

ରେମ୍ଭାଳ, କୁଶେଇ ଓ ଘାଗରା ନଦୀରେ ବନ୍ୟା ଆସିଛି। ଫଳରେ ଆନନ୍ଦପୁର ଓ ଘଷିପୁରା ବ୍ଳକ୍‌ର ମୋଗିନ୍ଦା, ଗାଳବଣୀ, କଣ୍ଟିପାଳ, ତରତରା, ଦଉଡ଼ିପାଳ, ପଞ୍ଚୁପୁଲି, ଦଳସୁଆଁ, ତରିମୂଳ, ବଳରାମପୁର,ବେଳବାହାଳି ଓ ଖଲଗା ଆଦି ଅନେକ ପଞ୍ଚାୟତର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି।

ସେହିପରି ଶାଳ ବଣି ଓ କଣ୍ଟିପାଳ ପଞ୍ଚାୟତର ଅନେକ ବନ୍ଧରେ ଘାଇ ସୃଷ୍ଟି ହୋଇଛି। ତେଣୁ ଅନେକ ଚାଷ ଜମି ଜଳମଗ୍ନ ହୋଇଛି।

ଅନ୍ୟପକ୍ଷରେ, କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହୋଇଛି।

You might also like