ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାରେ ସ୍ଥିତି ବେହାଲ

ସପ୍ତଧାରା ନଦୀ ଉପର ରାସ୍ତାରେ ଚାଲୁଛି ୪ ଫୁଟ ଉଚ୍ଚର ପାଣି

ମାଲକାନଗିରି : ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାରେ ସ୍ଥିତି ବେହାଲ। ଜିଲ୍ଲାରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଁ ତଳିଅା ଅଞ୍ଚଳକୁ ବନ୍ୟାଜଳ ପ୍ରବେଶ କରିଛି। ସପ୍ତଧାରା ନଦୀରେ ରାସ୍ତା ଉପରେ ୪ ଫୁଟ ଉଚ୍ଚର ପାଣି ଚାଲିଛି।

ସେହିଭଳି କୋରକୋଣ୍ଡା, ଏମଭି ୩୭, ପାଙ୍ଗାମ, ବଣ୍ଡାଘାଟି, ମାଙ୍କଡ଼ ଝୋଲା ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ଜିଲ୍ଲାର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। କିଛି ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଥିବାରୁ କାଲିମେଳା, ଖଇରପୁଟ ଅାଦି ଅନେକ ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

 

 

You might also like