କୋରାପୁଟ ଜିଲ୍ଲାରେ ବନ୍ୟା ବିଭୀଷିକା

ବନ୍ୟା ପାଣିରେ ଭାସିଗଲା ଟ୍ରାକ୍ଟର

କୋରାପୁଟ  : କୋରାପୁଟ ଜିଲ୍ଲାରେ ଜାରି ରହିଛି ଲଗାଣ ବର୍ଷା। ବୋରିଗୁମା ନିକଟରେ ଏକ ଟ୍ରାକ୍ଟର ପାଣିରେ ଭାସି ଯାଇଛି। ରାସ୍ତା ଉପରେ ବନ୍ୟାପାଣି ଚାଲୁଥିବାବେଳେ ଟ୍ରାକ୍ଟର ଡ୍ରାଇଭର ଗାଡ଼ିକୁ ନେଇ ଅାସୁଥିଲା। ଏହି ସମୟରେ ଟ୍ରାକ୍ଟର ସମେତ ଡ୍ରାଇଭର ଏବଂ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଭାସି ଯାଇଥିଲେ।

ଟ୍ରାକ୍ଟର ପାଣିରେ ବୁଡିଯାଇଥିବାବେଳେ ଦୁଇ ଜଣ ପହଁରି କୂଳକୁ ଅାସିଥିଲେ। ଏହାସହ କୋରାପୁଟ, କୋଟପାଡ ବ୍ଲକରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡିଛି। କୋଟପାଡ ବ୍ଲକ୍‌ର ବାଣୁଅାଗୁଡା, ନେହେରୁପାଲି, କଣ୍ଡାଗାଁ ଅାଦି ଅଞ୍ଚଳରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାଣୀଗଡ଼-କୋରାପୁଟ ରାସ୍ତାରେ ପାହାଡରୁ ମାଟି ଅତଡା ଖସି ଯାତାୟତ ବାଧାପ୍ରାପ୍ତ ହୋଇଛି।

You might also like