ବିଭିନ୍ନ ସ୍ଥାନରେ ବଜ୍ରପାତରେ ୫ ମୃତ, ୨ ଗୁରୁତର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ହେବା ଫଳରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବାଲେଶ୍ୱର ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଛି।

ବାଲେଶ୍ୱର ବସ୍ତା ବ୍ଲକ ଅନ୍ତର୍ଗତ ବରୁଣଗଡ଼ିଆ ପଞ୍ଚାୟତରେ ୨ଜଣଙ୍କ ମୃତ୍ୟୁ ହୋଇଛି। ବିଲରେ କାମ କରୁଥିବା ବେଳେ ଉଭୟ ବଜ୍ରପାତର ଶିକାର ହୋଇଥିଲେ।

ସେହିପରି ସୋର ଶିଙ୍ଗାଖୁଣ୍ଟାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବାବେଳେ, ଶ୍ରୀଜଙ୍ଗରେ ଜଣେ ଯୁବତୀ ଆହତ ହୋଇଛନ୍ତି। ବେତନଟୀ ଛୁରୁଣୀ ପଦ୍ମଲୋଚନ ହାଇସ୍କୁଲର ଜଣେ ଛାତ୍ରୀ ମଧ୍ୟ ବଜ୍ରପାତରେ ଆହତ ହୋଇଥିବା ଜଣାପଡ଼ିଛି।

You might also like