ବଜ୍ରପାତ ନେଲା ୫ ଜୀବନ

ବାଲେଶ୍ୱର/ଯାଜପୁର : ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ବଜ୍ରପାତରେ ୫ଜଣଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ଔପଦାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି।  ଔପଦା ଥାନା ବେତେଇ ମଡିଚୁଆ ଗାଁର ନନ୍ଦ କିଶୋର ବିଲରେ କାମ କରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ସେହିପରି ପ୍ରତାପୁର ଅଞ୍ଚଳରେ ଅନ୍ୟଜଣେ ଯୁବକଙ୍କର ମଧ୍ୟ ବଜ୍ରପାତରେ ମୃତ୍ୟୁ ହୋଇଛି।  ଯୁବକଙ୍କୁ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେପଟେ ଯାଜପୁର ଜିଲ୍ଲା ଦାନଗଦି ବେଙ୍ଗପାଟିଆ ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। କଳିଙ୍ଗନଗର ରଙ୍ଗାହୁଡ଼ା ଗାଁରେ ମଧ୍ୟ ଜଣେ ଯୁବକଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି। ଏପଟେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାରେ ଜଣେ ବ୍ୟକ୍ତି ବଜ୍ରପାତରେ ପ୍ରାଣ ହରାଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ

You might also like