ଭୁବନେଶ୍ୱର : ଭୁବନେଶ୍ୱରରେ ମାଛରୁ ବିଷାକ୍ତ ଫର୍ମାଲିନ୍ ମିଳିବା ପରେ ତତ୍ପର ହୋଇଛନ୍ତି ରାଜ୍ୟ ଫୁଡ୍ ସେଫ୍ଟି କମିଶନ୍। ବଜାରରେ ମିଳୁଥିବା ମାଛର ନମୂନା ସଂଗ୍ରହ କରି ରାଜ୍ୟ ଫୁଡ୍ ଟେଷ୍ଟିଂ ଲାବରେଟୋରୀକୁ ପଠାଇବା ଲାଗି ସବୁ ଜିଲ୍ଲାର ଜନସ୍ୱାସ୍ଥ୍ୟ ଅଧିକାରୀ ଓ ମହାନଗର ନିଗମକୁ ଚିଠି ଲେଖିଛନ୍ତି କମିଶନ୍।
ଅନ୍ୟପଟେ ଭୁବନେଶ୍ୱରରେ ପମ୍ଫ୍ରେଟ୍ ମାଛରେ ଫର୍ମାଲିନ୍ ମିଳିବା ପରେ ସଜାଗ ହୋଇଛି ରାଜଧାନୀର ଜୟ ଯବାନ ମତ୍ସ୍ୟ ବ୍ୟବସାୟୀ ମହାସଂଘ। ଅାସନ୍ତା ୧୦ ଦିନ ପର୍ଯ୍ୟନ୍ତ ଭୁବନେଶ୍ୱରରେ କୌଣସି ସାମୁଦ୍ରିକ ମାଛ ବିକ୍ରୟ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ ସୂଚନା ଦିଅାଯାଇଛି। ଗ୍ରାହକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସଂଘ ପକ୍ଷରୁ ଏଭଳି ନିଷ୍ପତ୍ତି ନିଅାଯାଇଛି। ୧୦ ଦିନ ପରେ ସଂଘର କାର୍ଯ୍ୟକାରୀ ବୈଠକରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସୂଚନା ଦିଅାଯାଇଛି।