ବିକ୍ରି ହେଉଛି ବିଷାକ୍ତ ଫର୍ମାଲିନ୍ ମିଶା ମାଛ, ଚାଲିଛି ଘନ ଘନ ରେଡ୍

ଭୁବନେଶ୍ୱର: ଖାଲି ଭୁବନେଶ୍ୱର ନା ରାଜ୍ୟର ଅନ୍ୟ ସ୍ଥାନରେ ବି ବିକ୍ରି ହେଉଛି ବିଷାକ୍ତ ଫର୍ମାଲିନ୍ ମିଶା ମାଛ। ଜାଣିବାକୁ ଚାଲିଛି ଘନ ଘନ ରେଡ୍। ସେଥିପାଇଁ ଆଜି ପଶ୍ଚିମ ଓଡ଼ିଶାର ଦୁଇ ପ୍ରମୁଖ ସହର ବଲାଙ୍ଗିର ଓ ସମ୍ବଲପୁରର ବିଭିନ୍ନ ମାଛ ମାର୍କେଟରେ ଚଢ଼ଉ କରାଯାଇଛି। ଏହା ସହିତ ରାସ୍ତା କଡ଼ରେ ବସୁଥିବା ବିକାଳି, ମାନଙ୍କଠାରୁ ବି ନମୂନା ସଂଗ୍ରହ କରିଛି ଜିଲ୍ଲା ପ୍ରଶାସନର ଏନଫୋର୍ସମେଣ୍ଟ ଟିମ୍।

ତେବେ ଚଢ଼ଉ ବେଳେ ଭୟରେ ମୋତିଝରଣ ଅଞ୍ଚଳରେ କିଛି ଗୋଦାମ ମାଲିକ ଦୋକାନରେ ତାଲା ଦେଇ ପଳାଇଛନ୍ତି। ସେହିପରି ବଲାଙ୍ଗିରରେ ମଧ୍ୟ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ବିଭିନ୍ନ ମାଛ ଦୋକାନ ଉପରେ ରେଡ୍ କରାଯାଇ ନମୂନା ସଂଗ୍ରହ କରାଯାଇଛି। ମାଛରେ କ୍ୟାନ୍‌ସର୍‌ ସୃଷ୍ଟିକାରୀ ବିଷାକ୍ତ ଫର୍ମାଲିନ୍ ମିଶୁଛି। ଏହି କଥା ଜଣାପଡ଼ିବା ପରେ ଅାତଙ୍କରେ ରହିଛନ୍ତି ଗ୍ରାହକ। ରାଜଧାନୀରେ ଯେଉଁଠି ପ୍ରତି ପାଳିରେ ପାଖାପାଖି ୨୦ଟନ୍ ମାଛ ଅାନ୍ଧ୍ରରୁ ଅାସୁଥିଲା, ଏବେ ଅାସୁଛି ମାତ୍ର ୫ରୁ ୧୦ଟନ୍। ଯାହାକୁ ନେଇ ମାଛ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଛନ୍ତି।

ଅନ୍ୟପକ୍ଷରେ ମାଛରେ ଫର୍ମାଲିନ୍ ମିଶିଛି କି ନାହିଁ ତାହା କେମିତି ଜଣାପଡ଼ିବ। ସେନେଇ ଖୁବଶୀଘ୍ର ବଜାରକୁ ଅାସିବ ସ୍ୱଳ୍ପ ମୂଲ୍ୟରେ ଏକ କିଟ୍‌। ଯାହାର ଦାମ୍ ମାତ୍ର ୩ଟଙ୍କା ଭିତରେ ରହିବ। ଏହାକୁ ମାଛ ଦେହରେ ଲଗାଇବା ମାତ୍ରେ ତତ୍‌କ୍ଷଣାତ୍ ସୂଚନା ମିଳିଯିବ ବୋଲି ସୂଚନା ଦେଇଛନ୍ତି କେରଳସ୍ଥିତ ସିଅାଇଏଫ୍‌ଟିର ବୈଜ୍ଞାନିକ ରବି ଶଙ୍କର ।

You might also like