ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ଆଣ୍ଡାମାନରେ ଭାରତୀୟ ସୀମା ଜଗିବେ ଫାଇଟର ପ୍ଲେନ୍‌

ନୂଆଦିଲ୍ଲୀ: ଦିନକୁ ଦିନ ଚୀନ୍ ପକ୍ଷରୁ ବଢ଼ୁଥିବା ବିପଦର ମୁକାବିଲା କରିବାକୁ ଭାରତ ସବୁ କ୍ଷେତ୍ରରେ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହାସହ ନିଜ ସୀମାର ସୁରକ୍ଷା ପାଇଁ ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତି ଚଳାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଭାରତ ଆଣ୍ଡାମାନ, ନିକୋବର ଦ୍ୱିପପୁଞ୍ଜରେ ଫାଇଟର୍‌ ପ୍ଲେନ ନିୟୋଜିତ କରିବାକୁ ଯାଉଛି। ମହତ୍ୱପୂର୍ଣ୍ଣ ମଲକ୍କା, ସୁନ୍ଦା, ଲୁମ୍ବୋକ ଓ ଓମିନ ଭେତାଇ ଏବଂ ଭାରତ ମହାସାଗରରେ ନିଜ ସୀମାର ସୁରକ୍ଷା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନେଇଛି ଭାରତ।

ମଲକ୍କା, ସୁନ୍ଦା, ଲୁମ୍ବୋକ ଦେଇ ନ୍ୟାରୋ ମାରିଟାଇମ୍‌ ରୁଟ୍‌ ରହିଛି, ଯାହା ଭାରତ ମହାସାଗର ସହ ଦକ୍ଷିଣ ଚୀନ୍‌ ସାଗରକୁ ସଂଯୋଗ କରୁଛି। ବିଶ୍ୱ ଅର୍ଥନୀତି ପାଇଁ ଏହି ରୁଟ୍‌ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ବିଶ୍ୱ କାରବାରର ୭୦ ପ୍ରତିଶତ ଏହି ରାସ୍ତା ଦେଇ ହୋଇଥାଏ।

ଗତ କିଛିବର୍ଷ ହେବ ଚୀନ୍‌ ଯୁଦ୍ଧତୋପ, ପଣ୍ଡୁବି ଓ ପରମାଣୁ କ୍ଷମତା ସମ୍ପର୍ଣ୍ଣ ପଣ୍ଡୁବି ଭାରତୀୟ ସମୁଦ୍ର ସୀମା ମଧ୍ୟକୁ ପ୍ରବେଶ କରିଥିବାର ନଜିର ରହିଛି। ଭାରତ ମହାସାଗରରେ ନିଜ ଆଧିପତ୍ୟ ବିସ୍ତାର କରିବା ଉଦ୍ଦେଶ୍ୟରେ ଚୀନ୍‌ ଏମିତି ଉଦ୍ୟମ ଚଳାଇଛି। କିଛିଦିନ ପୂର୍ବେ ଭାରତୀୟ ସୀମାରେ ପ୍ରବେଶ କରିଥିବା ଚୀନ୍‌ର ଯୁଦ୍ଧତୋପର ଫଟୋକୁ ଆମ ନୌସେନା ଟ୍ୱିଟ୍‌ କରି ଏହି କ୍ଷେତ୍ରରେ ଚୀନ୍‌ର ଗତିବିଧି ଉପରେ ଆମେ ନଜର ରଖିଛୁ ବୋଲି ଚେତାବନୀ ଦେଇଥିଲା।

You might also like