ଭୁବନେଶ୍ୱର (ସଂଗ୍ରାମ କେଶରୀ ଦାସ ମହାପାତ୍ର): ଆପଣ ମହାକାଶ ଯାତ୍ରାର ସ୍ୱପ୍ନ ଦେଖୁଛନ୍ତି କି? ଜିରୋ ଗ୍ରାଭିଟିରେ ମହାକାଶଚାରୀଙ୍କ ପରି ଭାସି ବୁଲିବାକୁ ଚାହୁଁଛନ୍ତି କି? ଗୋଟିଏ ଦିନରେ ୧୬ଥର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖିବାକୁ ଚାହୁଁଛନ୍ତି କି? କିଛି ନହେଲେ ବି, ଆପଣ ପୃଥିବୀ ବାହାରେ ଛୁଟି କଟାଇବାକୁ ଚାହୁଁଛନ୍ତି କି? ଆଉ ୪ ବର୍ଷ ଅପେକ୍ଷା କରନ୍ତୁ । ଆପଣଙ୍କ ଇଚ୍ଛା ୨୦୨୨ ମସିହା ସୁଦ୍ଧା ପୂରଣ ହୋଇପାରେ । କାରଣ ମହାକାଶରେ ପ୍ରଥମ ବିଳାସପୂର୍ଣ୍ଣ ହୋଟେଲ ଖୋଲିବାକୁ 'ଅରିଅନ୍ ସ୍ପାନ୍' ନାମକ ଏକ କମ୍ପାନୀ କାଲିଫର୍ଣ୍ଣିଆରେ ଅନୁଷ୍ଠିତ ସ୍ପେସ୍‌ ୨.୦ ସମ୍ମିଳନୀରେ ଘୋଷଣା କରିଛି । ମହାକାଶରେ ସ୍ଥାପିତ ହେବାକୁ ଥିବା ଏହି ହୋଟେଲର ନାଁ ରହିବ 'ଅରୋରା ଷ୍ଟେସନ୍' ।

ଅରୋରା ଷ୍ଟେସନ୍ ୨୦୨୧ ମସିହାରେ ପୃଥିବୀ ପୃଷ୍ଠରୁ ୩୨୨ କିଲୋମିଟର ଦୂରରେ ଅବସ୍ଥାପିତ ହେବ । ଏହା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଆଇଏସ୍ଏସ୍ ଠାରୁ ମାତ୍ର ୮୦ କିଲୋମିଟର ତଳେ ପୃଥିବୀକୁ ଦିନକୁ ୧୬ଥର ପରିକ୍ରମା କରିବ । ପ୍ରତି ୯୦ ମିନିଟରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖିହେବ । ସେଠାରେ ଆପଣ ମାଇକ୍ରୋ ଗ୍ରାଭିଟି ବା କ୍ଷୀଣ ମାଧ୍ୟାକର୍ଷଣରେ ଭାସିବୁଲିବେ । ମହାକାଶଚାରୀଙ୍କ ଭଳି ସମସ୍ତ ଅନୁଭୂତି ପାଇବେ । ମହାକାଶରେ ରହି ହାଇସ୍ପିଡ୍ ଇଣ୍ଟରନେଟ୍ ସାହାଯ୍ୟରେ ପୃଥିବୀରେ ଥିବା ପରିବାରଲୋକ କିମ୍ବା ବନ୍ଧୁ ଓ ପ୍ରିୟଜନଙ୍କୁ ସହ ଭିଡିଓ କଲ୍ କରିପାରିବେ । ମହାକାଶରୁ ପୃଥିବୀକୁ ଦେଖିବାର ସୁଯୋଗ ପାଇବେ ।

୨୦୨୨ ମସିହା ସୁଦ୍ଧା ସେହି ହୋଟେଲରେ ରହିବା ପାଇଁ ଲୋକ ପଠାଇବା ଆରମ୍ଭ କରିବ 'ଅରିଅନ୍ ସ୍ପାନ୍' କମ୍ପାନୀ । ତେବେ ଏଥିପାଇଁ କମ୍ପାନୀ ୱେବସାଇଟରେ ବୁକିଂ ଆରମ୍ଭ ହୋଇସାରିଛି । ହୋଟେଲରେ ଥରକେ ୬ଜଣ ଲୋକ (୨ଜଣ ସହାୟକଙ୍କ ସମେତ) ୧୨ ଦିନ ପାଇଁ ରହିପାରିବେ । ତେବେ ଏଥିପାଇଁ ଯାତ୍ରା ପୂର୍ବରୁ ଆପଣଙ୍କୁ ୩ମାସ ପ୍ରଶିକ୍ଷଣ ନେବାକୁ ପଡ଼ିବ ।

ଏବେ ଆସିବା ଖର୍ଚ୍ଚ ପ୍ରସଙ୍ଗକୁ । ମହାକାଶରେ ସ୍ଥାପିତ ହେବାକୁ ପ୍ରଥମ ବିଳାସପୂର୍ଣ୍ଣ ହୋଟେଲ୍ 'ଅରୋରା ଷ୍ଟେସନ୍'ରେ ଗୋଟିଏ ଯାତ୍ରା ଅର୍ଥାତ୍ ୧୨ ଦିନ ପାଇଁ ଜଣଙ୍କୁ ୯.୫ ମିଲିୟନ୍ ଆମେରିକୀୟ ଡଲାର୍ ଅର୍ଥାତ୍ ପ୍ରାୟ ୬୨ କୋଟି ଟଙ୍କା ଦେବାକୁ ପଡ଼ିବ । ତେବେ ଏଥିପାଇଁ ଆପଣଙ୍କୁ ଏବେଠୁ ହୋଟେଲ୍ ବୁକ୍ କରିବାକୁ ଫେରସ୍ତ ଯୋଗ୍ୟ ୮୦ ହଜାର ଡଲାର୍ ଅର୍ଥାତ୍ ପ୍ରାୟ ୫୨ଲକ୍ଷ ଟଙ୍କା ଅଗ୍ରୀମ ଦେବାକୁ ପଡ଼ିବ ।

Other Stories

  • Delivery Boy
    Delivery Boy ପୋଲିସ୍ ସାଜିଲା ଡେଲିଭରି ବୟ

    ଆମେରିକାରେ ରହୁଥିବା ଜଣେ ମହିଳା ନିଜ ପାଇଁ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିଥିଲେ। ଯେତେବେଳେ ସେ ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ ସେତେବେଳେ ଜଣେ ପୋଲିସ ଅଧିକାରୀ ତାଙ୍କ ଘରର କବାଟ ବାଡେଇଥିଲେ ।

  • PMAY
    Odisha ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି !

    ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍ । ଏମିତିକି ଏହି ଦୁର୍ନୀତି ଓ ଅନିୟମିତତା ପ୍ରତିବାଦରେ ଆସନ୍ତା ୭ରୁ ୯ ଯାଏଁ ଆନ୍ଦୋଳନ କରିବାକୁ ଦଳ...

  • COWIN
    Co Win ୫୦ ଦେଶ କୋ-ୱିନ୍‌ ଆପ୍‌ ବ୍ୟବହାର କରିବାକୁ ଆଗ୍ରହୀ

    ନୂଆଦିଲ୍ଲୀ: ଭାରତର କରୋନା ବିରୋଧୀ ଲଢ଼େଇରେ ମୁଖ୍ୟ ଅସ୍ତ୍ର ଟିକା । ଆଉ ଏହି ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନର ମେରୁଦଣ୍ଡ କୋ-ଓ୍ୱିନ୍ ଟିକା । ଉପଲବ୍ଧତା ଯାଞ୍ଚ ହେଉ, ସ୍ଲଟ୍ ବୁକିଂ ଅବା ରେଜିଷ୍ଟ୍ରେନ୍ କିମ୍ବା...

  • Small-girl
    Odisha ମା‘ ଭାଇର ଜୀବନ ବଞ୍ଚେଇ ଦେଲା କୁନି ଝିଅ

    ମୁରାଦାବାଦ୍‌: ଯେଉଁ ବୟସରେ ଚାଲି ଶିଖିବା କଥା ସେ ବୟସରେ ସେ ମାଆ ପାଇଁ ସାହାରା ହେଲା । ଅଜଣା ରାସ୍ତାରେ ମାଆ, ଭାଇ ପାଇଁ ଖୋଜି ଆଣିଲା ଉଦ୍ଧାରକାରୀ ଟିମ୍ । ଷ୍ଟେସନ୍‌ରେ ଅଚେତ୍ ଅବସ୍ଥାରେ...