ଲୋମଶ ଶିଶୁ କାହ୍ନାର ପ୍ରଥମ ପର୍ଯ୍ୟାୟ ଅପରେସନ୍

ବ୍ରହ୍ମପୁର:  ଦୀର୍ଘ ସାଢ଼େ ୫ ଘଣ୍ଟା ପରେ ଅାଜି ବ୍ରହ୍ମପୁର ମେଡିକାଲ୍‌ରେ ଶେଷ ହୋଇଛି ଲୋମଶ ଶିଶୁ କାହ୍ନାର ପ୍ରଥମ ପର୍ଯ୍ୟାୟ ଅପରେସନ୍। ଏହି ଅପରେସନ୍ ସଫଳ ହୋଇଥିବା ଡାକ୍ତର କହିଛନ୍ତି। ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍‌ ଗାୟଗଣ୍ଡାର ଲୋମଶ ଶିଶୁ କାହ୍ନାର ଏହି ବିରଳ ଅସ୍ତ୍ରୋପଚାର ପରେ ସେ ନୂଅା ଚେହେରା ପାଇବ ବୋଲି ଅାଶା କରାଯାଉଛି। ଏମ୍‌କେସିଜି ଅଧୀକ୍ଷକ, ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ମୁଖ୍ୟ ଓ ନିଶ୍ଚେତକ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅପରେସନ୍ କରିଥିଲା ୧୨ ଜଣିଅା ଡାକ୍ତରୀ ଟିମ୍।  ଅାଜି ପ୍ରଥମ ପର୍ଯାୟରେ କେବଳ ମୁହଁରେ ସ୍କିନ୍‌ ଗ୍ରାଫ୍‌ଟିଂ ଓ ଲେଜର ଚିକିତ୍ସା କରାଯାଇଛି। ଅାଗାମୀ ପର୍ଯ୍ୟାୟରେ ପୂରା ଶରୀରରେ ଅସ୍ତ୍ରୋପଚାର କରାଯିବ ବୋଲି ସୂଚନା ମିଳିଛି। ଏବେ କାହ୍ନାକୁ ୪୮ ଘଣ୍ଟା ପାଇଁ SNCUରେ ଅବଜରଭେସନ୍‌ରେ ରଖାଯାଇଛି। ପୂର୍ବରୁ ପ୍ଲାଷ୍ଟିକ ସର୍ଜରୀ ଓ୍ୱାର୍ଡରେ କାହ୍ନାକୁ ଚିକିତ୍ସା କରାଯାଉଥିଲା। କାହ୍ନାର ମୁହଁରେ ଟ୍ୟୁମର ଭଳି ମାଂସ ଓହଳି ପଡ଼ିଛି। ତା’ସହର ମୁଣ୍ଡରୁ ପାଦ ଯାଏଁ ଲୋମ ମାଡ଼ିଯାଇଛି। ଫଳରେ ଅସ୍ୱାଭାବିକ ଦେଖାଯାଉଛି କାହ୍ନାର ମୁହଁ ଏବଂ ସାରା ଶରୀର।

ଆହୁରି ପଢ଼ନ୍ତୁ

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

You might also like