ଶ୍ରାବଣର ପ୍ରଥମ ସୋମବାରରେ ଶିବମୟ ପରିବେଶ

ଭୁବନେଶ୍ୱର: ଶିବ ଆରାଧନାରେ ମଗ୍ନ ହେଉଛି ଜଗତ। ନେପାଳର କାଠମାଣ୍ଡୁ ସ୍ଥିତ ପଶୁପତି ନାଥ ମନ୍ଦିର ହେଉ କି, ଉତ୍ତରଭାରତର ବିଭିନ୍ନ ପ୍ରସିଦ୍ଧ ଶୈବପୀଠ, ରାତି ପାହୁ ନପାହୁଣୁ ଆଜି ବୋଲ୍‌ବମ୍, ହର ହର୍ ବମ୍ ଧ୍ୱନିରେ କମ୍ପୁଥିଲା ସବୁ ଶୈବାଳୟ। ଲମ୍ବା ଲାଇନ୍‌ରେ ଶିବ ଦର୍ଶନ ଅପେକ୍ଷାରେ ଗେରୁଆ ବସ୍ତ୍ରଧାରୀ ହଜାର ହଜାର କାଉଡ଼ିଆ। ସେହିପରି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ଶ୍ରାବଣର ପ୍ରଥମ ସୋମବାରରେ ଆଶୁତୋଷଙ୍କ ଜଳଲାଗି ପାଇଁ ବିଭିନ୍ନ ନଦୀରୁ ଜଳଭାର ଧରି ଘଣ୍ଟା ଘଣ୍ଟା ଧରି ଅପେକ୍ଷାରେ ଥିଲେ ମାନସିକ ଧାରୀ।

ଆଠଗଡ଼ ଧବଳେଶ୍ୱର ପୀଠରେ ବି ଠାକରୁରଙ୍କ ନୀତି ସଂପାଦନ ପରେ ଜଳଲାଗି ପାଇଁ ଭୋରରୁ ଆରମ୍ଭ ହୋଇଯାଇଥିଲା ଭକ୍ତଙ୍କ ଗହଳି। ଝୁଲାପୋଲ ଦେଇ ହଜାର ହଜାର ବୋଲବମ୍ ଭକ୍ତ ବାବା ଧବଳେଶ୍ୱରଙ୍କୁ ନିଷ୍ଠାର ସହ ଜଳାଭିଷେକ କରିଥିଲେ। ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ ବଲାଙ୍ଗିରର ହରିଶଙ୍କରରେ ବି ସୃଷ୍ଟି ହୋଇଥିଲା ଶିବମୟ ପରିବେଶ। ପୁରୀ ଲୋକନାଥଙ୍କ ପୀଠରେ ବି ଜଳାଭିଷେକ କରିଛନ୍ତି ମନସ୍କାମନା ରଖି ଆସିଥିବା କାଉଡ଼ିଆ।

ବିଶ୍ୱାସ ରହିଛି ଶ୍ରାବଣ ମାସ ସୋମବାର ପ୍ରଭୁ ଶିବଙ୍କ ଜଳାଭିଷେକ କଲେ ସକଳ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏଥିପାଇଁ ରାଜ୍ୟର ଶୈବାଳୟ ଗୁଡ଼ିକରେ ଲାଗି ରହିଥିଲା ପ୍ରବଳ ଭିଡ଼। ଢେଙ୍କାନାଳର କପିଳାସ, ଭଦ୍ରକର ଆଖଣ୍ଡଳମଣି, ନୟାଗଡ଼ର ଲଡୁ ବାବାଙ୍କ ମନ୍ଦିରରେ ବି ଜଳ ଲାଗି ପାଇଁ ଦିନ ତମାମ ଲାଗି ରହିଥିଲା ନାହିଁ ନଥିବା ଗହଳି।

ଆହୁରି ପଢ଼ନ୍ତୁ

୨ ବର୍ଷ ତଳେ ନିଖୋଜ ଥିଲେ ମହିଳା, ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର ହେଲେ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ

ସକାଳ ୭ଟା ବେଳର ମୁଖ୍ୟଖବର

ଦିନ ୨ଟା ବେଳର ମୁଖ୍ୟ ଖବର

ଦିନ ୧୧ଟା ବେଳର ମୁଖ୍ୟ ଖବର

ଦିନ ୨ଟା ବେଳର ମୁଖ୍ୟ ଖବର

ଦିନ ୧୧ଟା ବେଳର ମୁଖ୍ୟ ଖବର

ବାଜିରେ ଲାଗିଛି ଜୀବନ: ଉଛୁଳା ନଦୀରେ କାନ୍ଧରେ ସାଇକେଲ୍‌ ରଖି ନଦୀ ପାର୍‌ ହେଉଛନ୍ତି ଲୋକେ

ଦିନ ୨ଟା ବେଳର ମୁଖ୍ୟ ଖବର

You might also like