ବଢୁଛି ହୀରାକୁଦ ଜଳ ଭଣ୍ଡାର ଜଳସ୍ତର

ସମ୍ବଲପୁର: ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଡ୍ୟାମ୍‌ର ଜଳପତ୍ତନ ୬୧୩ ଦଶମିକ ୧୨ ଫୁଟ ଥିବାବେଳେ ଆଜି ସକାଳ ୬ଟା ସୁଦ୍ଧା ଜଳ ଭଣ୍ଡାରର ଜଳସ୍ତର ୬୧୫ ଫୁଟ୍ ରହିଛି।

ପ୍ରତି ସେକେଣ୍ଡରେ ୧ ଲକ୍ଷ ୭୭ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି। ଆସନ୍ତାକାଲି ଜଳ ଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବବୋଲି ମୁଖ୍ୟ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା ଦେଇଛନ୍ତି। ତେବେ ଉପର ମୁଣ୍ଡରେ ବର୍ଷା ହେଲେ ଜଳସ୍ତର କିଛି ମାତ୍ରାରେ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ଗତବର୍ଷ ଜୁଲାଇ ୨୩ ତାରିଖରେ ଡ୍ୟାମରୁ ପ୍ରଥମ ବନ୍ୟାଜଳ ଛଡ଼ାଯାଇଥିଲା। ସେହି ସମୟରେ ଜଳପତ୍ତନ ୬୦୭ ଫୁଟ ଥିଲା।

ଆହୁରି ପଢ଼ନ୍ତୁ

You might also like