୨୪ରେ ଛଡ଼ାଯିବ ହୀରାକୁଦରୁ ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆସନ୍ତା ୨୪ ତାରିଖରେ ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ। ଦିନ ୧୧ଟାରେ ଜଳ ଭଣ୍ଡାରରୁ ପ୍ରଥମ ବନ୍ୟାଜଳ  ନିଷ୍କାସନ କରାଯିବ ବୋଲି ଡ୍ୟାମର ମୁଖ୍ୟଯନ୍ତ୍ରୀ ଜ୍ୟୋର୍ତିମୟ ରଥ ଏହି ସୂଚନା ଦେଇଛନ୍ତି। ତେବେ କେତୋଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେବ ଏନେଇ କିଛି ସ୍ପଷ୍ଟ ହୋଇନି।

ହୀରାକୁଦ ଜଳଭଣ୍ଡାରର ଜଳ ପତ୍ତନ ଆଜି ସକାଳ ୯ଟା ସୁଦ୍ଧା ୬୦୭.୪୫ ଫୁଟ୍ ରହିଥିଲା। ଏହି ସମୟ ମଧ୍ୟରେ ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ୧୮ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବାବେଳେ ପ୍ରାୟ ୧୬ହଜାର କ୍ୟୁସେକ୍‌ ଜଳ ନିଷ୍କାସିତ ହୋଇଛି।

You might also like