କନଷ୍ଟେବଳଙ୍କୁ ଗୁଳିମାଡ଼

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ପୋଲିସ କନଷ୍ଟେବଳଙ୍କୁ ଗୁଳିମାଡ଼। ଗତକାଲି ବିଳମ୍ବିତ ରାତିରେ ଖମାରିପଡ଼ାରେ ଏହି ଗୁଳିକାଣ୍ଡ ହୋଇଛି। ଏଥିରେ ସ୍ପେଶାଲ ବ୍ରାଞ୍ଚ୍  କନଷ୍ଟେବଳ ସୌମେନ୍ଦ୍ର ସେଠୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ବେକରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ସୌମେନ୍ଦ୍ରଙ୍କୁ ରାଉରକେଲା IGHକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ଗତକାଲି ରାତିରେ କ୍ରିଷ୍ଣା ଗୁପ୍ତା ନାମକ ଜଣେ ଯୁବକ ଖମାରିପଡ଼ା ଛକରେ ଥିବା ଏକ ବିୟର ପାର୍ଲରରେ ବିୟର ପିଉଥିଲ। ଏହି ସମୟରେ ବିୟର ବୋତଲ ଫୁଟାଇବାକୁ ନେଇ କ୍ରିଷ୍ଣା ଓ ଅନ୍ୟ କିଛି ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା

ପରେ ସେଠାରେ ଉପସ୍ଥିତ ଥିବା ସ୍ପେଶାଲ ବ୍ରାଞ୍ଚ୍  କନଷ୍ଟେବଳ ଘଟଣାରେ ହସ୍ତକ୍ଷେପ କରିବାକୁ ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳିମାଡ଼ କରି କ୍ରିଷ୍ଣା ଫେରାର ହୋଇଥିଲା। ସୁନ୍ଦରଗଡ଼ ଏସ୍‌ପି ଓ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷେ, ଅଭିଯୁକ୍ତ କ୍ରିଷ୍ଣାର ୩ ଭାଇଙ୍କୁ ପୋଲିସ ଅଟକ ରଖିଛି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

You might also like