ଡ୍ରେନ୍ ଭିତରୁ ଯୁବକ ଉଦ୍ଧାର

ପୁରୀ  : ପୁରୀ ସହରର ବଡ଼ଡାକ୍ତରଖାନା ଛକ ନିକଟ ଡ୍ରେନ୍ ଭିତରୁ ଯୁବକ ଉଦ୍ଧାର। ସଂପୃକ୍ତ ଯୁବକ ଜଣକ ମୂଷାନଈ ଅାଡକୁ ଯାଉଥିବାବେଳେ ଖସିପଡ଼ି ଡ୍ରେନ ଭିତରକୁ ଚାଲିଯାଇଥିଲେ । ତେବେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ କର୍ମଚାରୀ । ଅାଉ ଦୀର୍ଘ ସମୟ ଧରି ଜାରି ରଖିଥିଲେ ଅପରେସନ୍।

ଅକ୍ସିଜେନ୍ ସହ ଜଣେ ଅଗ୍ନିଶମ କର୍ମଚାରୀ ଡ୍ରେନ୍ ଭିତରକୁ ଯାଇ ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲେ । ତାଙ୍କ ଶରୀରରେ ଗଭୀର କ୍ଷତ ହୋଇଛି । ତାଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ଏହି ଡ୍ରେନଟି ଏଭଳି ମୁକୁଳା ହୋଇପଡ଼ିଥିଲା, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

You might also like