ଅଗ୍ନିଶମ ବିଭାଗର ସୁରକ୍ଷା ସପ୍ତାହ
ଭୁବନେଶ୍ୱର: ଭୁବନେଶ୍ୱରରେ ଅଗ୍ନିଶମ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସୁରକ୍ଷା ସପ୍ତାହ ପାଳନ। ପ୍ରତିବର୍ଷ ଏପ୍ରିଲ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ ହୋଇଥାଏ ଏହି ଉତ୍ସବ। ସପ୍ତାହର ପ୍ରଥମ ଦିନକୁ ସହିଦ ଦିବସ ଭାବେ ପାଳନ କରାଯାଇଛି।
ଏହି ଅବସରରେ ଯୋଗ ଦେଇଥିଲେ ଫାୟାର ଡିଜି ବି. କେ. ଶର୍ମା। ବରମୁଣ୍ଡା ଫାୟାର ଷ୍ଟେସନରେ ଆୟୋଜିତ ଉତ୍ସବରେ ୨୦ ଜଣ ସହିଦଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଗାମୀ ଦିନରେ ରାଜ୍ୟରେ ତୃଣମୂଳ ସ୍ତରରେ ଅଗ୍ନିଶମ ବିଭାଗକୁ ମଜଭୁତ କରାଯିବ ବୋଲି ମତ ପ୍ରକାଶ କରିଥିଲେ ଅଗ୍ନିଶମ ବିଭାଗ ଡିଜି।