ମୁମ୍ବାଇର ଏକ ଅଟ୍ଟାଳିକାରେ ଅଗ୍ନିକାଣ୍ଡ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ରହୁଥିବା ସୂଚନା

ମୁମ୍ବାଇ: ୱାର୍ଲିସ୍ଥିତ ଏକ ଅଟ୍ଟାଳିକାରେ ଭୟାବହ ଅଗ୍ନିକାଣ୍ଡ। ୱାର୍ଲି ପ୍ରଭାଦେବୀର ଏକ ଆପାର୍ଟମେଣ୍ଟର ୩୩ ତମ ମହଲାରେ ନିଆଁ ଲାଗିଛି। ନିଆଁ ଅଟ୍ଟାଳିକାର ଉପର ମହଲାରେ ଥିବା କିଛି ଫ୍ଲାଟ୍‌କୁ ବ୍ୟାପିଥିବା ସୂଚନା ମିଳିଛି।

ନିଆଁ ଲିଭାଇବା ପାଇଁ ୧୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି। ଏଥିସହିତ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏହି ଅଟ୍ଟାଳିକାରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫ୍ଲାଟ୍ ରହିଥିବା ଜଣାପଡ଼ିଛି। ଦକ୍ଷିଣ ମୁମ୍ବାଇର ସମ୍ଭ୍ରାନ୍ତ ଅଞ୍ଚଳ ଭାବେ ପ୍ରଭାଦେବୀ ବେଶ ଜଣାଶୁଣା।

You might also like
Comments
Loading...