କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନରେ ନିଆଁ

କେନ୍ଦୁଝର: କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ। କେନ୍ଦୁଝର ତିଲିକିଧରା ଷ୍ଟେସନ୍ ନିକଟରେ ଟ୍ରେନ୍‌ର ଏକ ଲଗେଜ ବଗିରେ ନିଆଁ ଲାଗିଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ପୂର୍ବତଟ ରେଳ ପକ୍ଷରୁ ସୂଚନା ମିଳିଛି।

ପାସେଞ୍ଜର ଟ୍ରେନ୍‌ଟି ତିଲିକିଧରା ଷ୍ଟେସନରେ ଅଟକି ରହିଛି। କିନ୍ତୁ ଟ୍ରେନ୍‌ରୁ ସମ୍ପୃକ୍ତ ଲଗେଜ ବଗିକୁ ଅଲଗା କରିଦେଇନ୍ତି ରେଳ କର୍ତ୍ତୃପକ୍ଷ। ଖବର ପାଇ କେନ୍ଦୁଝର, ଘଟଗାଁ ଓ  ହରିଚନ୍ଦନପୁରରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି।

ନିଆଁ ଲାଗିଥିବା ପାର୍ସଲ ବଗିଟିକୁ ସିଆରପିଏଫ ପକ୍ଷରୁ ବୁକ କରାଯାଇଥିବା ନେଇ ଇଷ୍ଟକୋଷ୍ଟ ରେଲ୍‌ୱେ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନିଆଁ ଲାଗିଥିବା ବଗିରେ କଣ ରହିଥିଲା ତାହା ସ୍ପଷ୍ଟ ହୋଇନି।  କେନ୍ଦୁଝରରୁ ୬ଟା ୨୦ରୁ ଟ୍ରେନ୍‌ଟି ଛାଡିଥିଲା ବେଳେ ତିଲିକିଧରା ଷ୍ଟେସନରେ ଅଗ୍ନିକାଣ୍ଡ ନେଇ ଜଣାପଡିଥିଲା।

ଦେଖନ୍ତୁ ଏହି ଭିଡ଼ିଓରେ –

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ବରିଷ୍ଠ IPS ସ୍ତରରେ ଅଦଳବଦଳ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

You might also like