ପାର୍କିଂରେ ଜଳିଉଠିଲା କାର

ପୁରୀ: ପୁରୀ ଚକ୍ରତୀର୍ଥ ବେଳାଭୁମିରେ ଜଳିଗଲା କାର। ଏକ ହୋଟେଲ ନିକଟରେ ପାର୍କିଂ କରିଥିବା ସରକାରୀ ଗାଡ଼ିରେ ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା।

ତେବେ ଗାଡିଟିରେ ନିଆଁ ଲାଗିବା ଅବସ୍ଥାରେ ଏହା ଗଡି ଗଡି ଯାଇ ଏକ ବିଦ୍ୟୁତ ଖୁଣ୍ଟରେ ମାଡ ହୋଇ ଅଟକି ଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।  ତେବେ ଗାଡିଟି କାହାର ସେନେଇ ସୂଚନା ମିଳିପାରିନି।

You might also like