ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ: ୨ ଯବାନ ସହିଦ
ମାଲକାନଗିରି: ଛତିଶଗଡ଼ କାଙ୍କେର ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୨ ଯବାନ ସହିଦ ହୋଇଛନ୍ତି। ଏମାନେ ହେଲେ ଆସିଷ୍ଟାଣ୍ଟ କମାଣ୍ଡର ଗଜେନ୍ଦ୍ର ସିଂ ଓ କନଷ୍ଟେବଳ ଅମରେଶ କୁମାର। ଗଜେନ୍ଦ୍ରଙ୍କ ଘର ହରିୟାଣାର ହୋଇଥିବା ବେଳେ ଅମରେଶଙ୍କ ଘର ବିହାର ଅଞ୍ଚଳର ବୋଲି ସୂଚନା ମିଳିଛି।
ଗତକାଲି କାଙ୍କେର ଜଙ୍ଗଲରେ ବିଏସଏଫ ଓ ଡିଭିଏଫ ମିଳିତ ଭାବେ କମ୍ବିଂ ଚଳାଇଥିବା ବେଳେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ।
ଗୁଳି ବିନିମୟ ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି। ବର୍ତ୍ତମାନ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।