ଜଳିଗଲା ଲଞ୍ଚ୍‌; ଅଳ୍ପକେ ବର୍ତ୍ତିଲେ ୧୨୦ ଜଣ ପର୍ଯ୍ୟଟକ

ମାଲକାନଗିରି: ମାଲକାନଗିରି ସୀମାନ୍ତ ରାଜମହେନ୍ଦ୍ରୀର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପାପିକୋଣ୍ଡାଲୁ ଯାଉଥିବା ଶତାଧିକ ପର୍ଯ୍ୟଟକ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି। ପାପିକୋଣ୍ଡାଲୁକୁ ଦର୍ଶନ ପାଇଁ ବିଭିନ୍ନ ଅଞ୍ଚଳର ୧୨୦ ଜଣ ପର୍ଯ୍ୟଟକ ଏକ ଲଞ୍ଚରେ ବସି ଯାଉଥିଲେ।

କୂଳରୁ କିଛି ବାଟ ଗଲା ପରେ ହଠାତ୍ ଲଞ୍ଚରେ ନିଆଁ ଲାଗିଯାଇଥିଲା। ଧିରେ ଧିରେ ନିଆଁର ପ୍ରକୋପ ବଢ଼ିବାରୁ ଡ୍ରାଇଭର ତୁରନ୍ତ ଲଞ୍ଚକୁ ସୁରକ୍ଷିତ ଭାବେ କୂଳକୁ ଫେରାଇ ଆଣିଥିଲେ। ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ସମସ୍ତ ୧୨୦ ଜଣ ପର୍ଯ୍ୟଟକ।

ତେବେ ଏହି ଲଞ୍ଚରେ କେମିତି ନିଆଁଲାଗିଲା, ତାହା ସ୍ପଷ୍ଟ ହୋଇନଥିବାବେଳେ ଲଞ୍ଚରେ ଥିବା ସିଲିଣ୍ଡରରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ଗତ ଗୁରୁବାର ଦିନ ଏହି ଘଟଣାଟି ଘଟିଥିବାବେଳେ ଆଜି ସାମ୍ନାକୁ ଆସିଛି।

You might also like