ଲିଙ୍ଗରାଜ ମନ୍ଦିର ନିକଟ ମାର୍କେଟରେ ନିଆଁ
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର ନିକଟ ମାର୍କେଟରେ ନିଆଁ ଲାଗିଯାଇଛି। ଅଗ୍ନିକାଣ୍ଡରେ ଏକ ପୂଜାସାମଗ୍ରୀ ଦୋକାନ ଜଳିଯାଇଛି।
ଆହୁରି ପଢ଼ନ୍ତୁ
୨ଟି ଦମକଳ ବାହିନୀ ଘଟଣାସ୍ଥଳରେ ନିଆଁ ଲିଭାଉଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସଟ୍ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରଯାଉଛି।
ଦୋକାନରେ ଘିଅ, ତେଲ ଓ କପୂର ଥିବାରୁ ନିଆଁ ଶୀଘ୍ର ବ୍ୟାପି ଯାଇଥିଲା। ପ୍ରାୟ ଲକ୍ଷାଧିକ ଟଙ୍କାର ପୂଜାସାମଗ୍ରୀ ଜଳିଯାଇଥିବା ଅନୁମାନ କରାଯାଉଛି।