SCB ମେଡ଼ିକାଲ୍‌ରେ ଅଗ୍ନିକାଣ୍ଡ

କଟକ: କଟକ SCB ମେଡ଼ିକାଲ୍‌ର କାଜୁଆଲ୍‌ଟି ବିଲ୍ଡିଂରେ ଅଗ୍ନିକାଣ୍ଡ। ବିଲ୍ଡିଂର ଟ୍ରମା ଆଇସିୟୁ ଏବଂ ସେଣ୍ଟ୍ରାଲ ଆଇସିୟୁରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଆଜି ଭୋରରୁ ଘଡ଼ଘଡ଼ି ମାରିବାରୁ ସଟ୍ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି। ଆଇସିୟୁର ଏସି ପୋଡ଼ି ଯିବା ସହ ଅକ୍ସିଜେନ୍‌ ପାଇପ୍ ବି ଲିକେଜ୍ ହୋଇଛି।

ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ଆଇସିୟୁରେ ଚିକିତ୍ସାଧୀନ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସେମାନେ ଭୟଭୀତ ହୋଇ ବାହାରକୁ ପଳାଇ ଆସିଛନ୍ତି।

ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ମରାମତି ପରେ ଏସି ବ୍ୟତୀତ ବିଲ୍ଡିଂରେ ବିଦ୍ୟୁତ ସ୍ୱାଭାବିକ ହୋଇଛି।

You might also like