ମୁଖ୍ୟ ଚିକିତ୍ସାଳୟରେ ନିଆଁ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଆଁ। ଡାକ୍ତରଖାନାର ଶିଶୁ ବିଭାଗରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ଦେଖି ସେଠାରେ ଆତଙ୍କ ଖେଳିଯାଇଥିଲା।

ସମସ୍ତେ ୱାର୍ଡ ଭିତରୁ ବାହାରକୁ ବାହାରି ପଳାଇଆସିଥିଲେ। ପରେ ଅଗ୍ନିଶମ ବିଭାଗ ଖବର ପାଇ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି।

You might also like