ଡିପିସିଏଲ୍ କୋଇଲା ଅନଲୋଡିଂ ବେଲ୍ଟରେ ଅଗ୍ନିକାଣ୍ଡ
ଭଦ୍ରକ: ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଡିପିସିଏଲ୍(ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍)ର କୋଇଲା ଅନଲୋଡିଂ ବେଲ୍ଟରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ବହୁ ପରିମାଣରେ କୋଇଲା ସହ ସେଠାରେ ଥିବା କିଛି ମେସିନ୍ ପୋଡ଼ି ଯାଇଛି। ଧାମରା ଦମକଳ କେନ୍ଦ୍ରର ୨ଟି ଗାଡ଼ି ସହ କମ୍ପାନୀ କର୍ମଚାରୀଙ୍କ ଉଦ୍ୟମରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା।
ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ନୂଆକରି ନିର୍ମାଣ ହୋଇଥିବା ଏହି କୋଇଲା ବେଲ୍ଟରେ ଜାହାଜରୁ ଆସି କୋଇଲା ଗଚ୍ଛିତ ହୋଇ ରହିଥାଏ।