ଶେଷରେ ମଦୁଆ ବରକୁ ମଙ୍ଗୁଳା କନ୍ୟା ବାହା ହେବାକୁ ରାଜି ହେଲା

ରାଉରକେଲା: ରାଉରକେଲା ସାରନଗରୀ ଅଞ୍ଚଳରେ ମଦୁଆ ବରକୁ ମଙ୍ଗୁଳା କନ୍ୟା ବାହା ହେବାକୁ ମନା କରିବା ପ୍ରସଙ୍ଗରେ ନୂଆ ମୋଡ଼। ଥାନାରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ପରେ ଶେଷରେ ଥାନାରେ ମାଳା ଅଦଳବଦଳ କରିଛନ୍ତି ବରକନ୍ୟା।

କିଛି ସାମାଜିକ କର୍ମୀ ଓ ଉଭୟ ପରିବାର ବସି ବିବାଦର ସମାଧାନ କରିବା ସହ ଥାନାରେ ଉଭୟଙ୍କ ବାହାଘର କରିଥିବା କନ୍ୟାଙ୍କ ଭାଇ ଶମ୍ଭୁନାଥ ପଣ୍ଡା ସୂଚନା ଦେଇଛନ୍ତି। ଏପରିକି ଆଜି ପୁଅ ଘର ପକ୍ଷରୁ ହେବାକୁ ଥିବା ରିସେପ୍ସନ୍ ପାର୍ଟିରେ କନ୍ୟାଘର ଯୋଗ ଦେଉଥିବା ସେ କହିଛନ୍ତି।

ରବିବାର ବାହାଘର ବେଳେ ବର ମଦ ପିଇ କନ୍ୟାପକ୍ଷଙ୍କୁ ମାରଧର କରିବାରୁ ଝିଅ ବାହା ନହୋଇ ବରକୁ ଫେରାଇ ଦେଇଥିଲା। ପରେ ମାମଲା ଥାନାକୁ ଆସିବାରୁ ପୋଲିସ୍ ବର ଓ ତାଙ୍କ ଭାଇଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପରେ ଥାନାରେ ବାହାଘର ହୋଇଛି।

You might also like