ଆଜିଠୁ ହେବ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଜିଠୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ। ଅକ୍ଟୋବର ୩୧ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ଜାନୁୟାରୀ ୪ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।

୧.୧.୨୦୧୯ ସୁଦ୍ଧା ଯେଉଁମାନଙ୍କ ବୟସ ୧୮ ବର୍ଷ ହେଉଥିବ, ସେମାନେ ଭୋଟର ଲିଷ୍ଟ୍‌ରେ ନିଜ ନାଁ ପଞ୍ଜୀକରଣ କରିପାରିବେ। ସେହିପରି ରାଜନୈତିକ ଦଳମାନେ ବୁଥ୍ ଲେଭେଲ୍‌ ଏଜେଣ୍ଟ୍‌ ନିଯୁକ୍ତ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ପକ୍ଷରୁ କୁହାଯାଇଛି।

You might also like