ଆଜି ଫିଲ୍ମ ଫ୍ରାଇଡେରେ ପରଦାକୁ ଆସୁଛି ‘ପରି’ ଓ ‘ବିଲୁ ଉସ୍ତାଦ’
ଦେଶ ସାରା ହୋଲିର ଧୂମ୍ ଥିବା ବେଳେ ଆଜି ଫ୍ରାଇଡେରେ ରିଲିଜ ହେବ ୨ଟି ହିନ୍ଦୀ ଫିଲ୍ମ ‘ପରି’ ଓ ‘ବିଲୁ ଉସ୍ତାଦ’। ବଲିଉଡ୍ ସୁପରଷ୍ଟାର ଅନୁଷ୍କା ଶର୍ମା ଓ ପରମ୍ବିତ ଚାଟାର୍ଜୀ ଅଭିନୀତ ‘ପରି’ ଏକ ହରର ମୁଭି ଥ୍ରୀଲର। ରୋମାଞ୍ଚକର ସସପେନ୍ସରେ ଭରପୁର ଫିଲ୍ମ ‘ପରି’।
ଅନ୍ୟ ପକ୍ଷରେ ଫିଲ୍ମ ଫ୍ରାଇଡେରେ ରିଲିଜ ହେବ ଡ୍ରାମା ଥ୍ରୀଲର ‘ବିଲୁ ଉସ୍ତାଦ’। ଏଥିରେ ଲିଡ୍ ରୋଲରେ ଅଛନ୍ତି ‘ତୁମ୍ ବିନ୍’ ଫେମ୍ ପ୍ରିୟାଂଶୁ ଚାଟାର୍ଜୀ ଓ ଶିଶୁ କଳାକାର ମିହିର ସୋନି। ଜଣେ ଅନାଥ ଶିଶୁର ସାହସିକ ପଦକ୍ଷେପ ଦ୍ୱାରା ଆତଙ୍କବାଦୀଙ୍କ ବିରୋଧରେ କିଭଳି ଲଢ଼େଇ କରିଛି ତାହା କାହାଣୀ ଉପରେ ପର୍ଯ୍ୟବେଷିତ ‘ବିଲୁ ଉସ୍ତାଦ’। ଏଥର ଫ୍ରାଇଡେ ରିଲିଜରେ ଏହି ଦୁଇଟି ଫିଲ୍ମ ମଧ୍ୟରେ କଡ଼ା ଟକ୍କର ହେବ।