ବିଦ୍ୟୁତ୍ ଆଘାତରେ ବାପପୁଅ ମୃତ
ପୁଅକୁ ଉଦ୍ଧାର କରିବାକୁ ଯାଇ ବାପାର ଜୀବନ ଗଲା
ଗଞ୍ଜାମ : ଗଞ୍ଜାମ ବେଲଗୁଣ୍ଠା ବ୍ଲକ ବଡପଡା ଗାଁରେ ଅଭାବନୀୟ ଘଟଣା। ଅକାଳରେ ବିଦ୍ୟୁତ୍ ଆଘାତରେ ଚାଲିଗଲା ବାପପୁଅଙ୍କ ଜୀବନ। ମୃତକ ହେଲେ ବଡପଡା ଗାଁର ଅଭିମନ୍ୟୁ ପାତ୍ର ଏବଂ ତାଙ୍କ ପୁଅ ଜିତେନ୍ଦ୍ର। ଓଦା ଚଦରକୁ ଘର ବାଡି ପଟେ ଥିବା ଲୁହା ତାରରେ ସୁଖାଉଥିଲେ ଜିତେନ୍ଦ୍ର। ଏହି ସମୟରେ କୌଣସି କାରଣରୁ ତାରଟି ଚାର୍ଜ ହୋଇଯାଇଥିବା ବେଳେ ସେଥିରେ ଲାଗିଯାଇଥିଲେ ଜିତେନ୍ଦ୍ର।
ପୁଅର ଏପରି ଅବସ୍ଥା ଦେଖି ବାପା ଅଭିମନ୍ୟୁ ଉଦ୍ଧାର କରିବାକୁ ଯାଇ ନିଜେ ମଧ୍ୟ ତାରରେ ଝୁଲିପଡିଥିଲେ। ଉଭୟଙ୍କୁ ଭଞ୍ଜନଗର ଡାକ୍ତରଖାନା ନିଅାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।